ରାହୁଲ ଗାନ୍ଧୀଙ୍କୁ ସିବଲଙ୍କ ଉପଦେଶ- ମତଦାତାଙ୍କୁ ସମ୍ମାନ କରିବା ଉଚିତ୍, ସେମାନେ କ୍ଷମତାରେ ବସାନ୍ତି, ଆଉ ବେଦଖଲ ବି କରନ୍ତି
24/02/2021 at 8:51 PM

ନୂଆଦିଲ୍ଲୀ ୨୪।୦୨: କେରଳରେ ଉତ୍ତର ଭାରତ ରାଜନୀତି ଉପରେ ଟିପ୍ପଣୀ କରିଥିବା ନିଜ ନେତା ରାହୁଲ ଗାନ୍ଧୀଙ୍କୁ ନେଇ କଂଗ୍ରେସ ବ୍ୟାକ୍ଫୁଟ୍ରେ। କଂଗ୍ରେସ ରାଜ୍ୟସଭା ସାଂସଦ ଆନନ୍ଦ ଶର୍ମା ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ କହିଛନ୍ତି ଯେ, ସେ ହିଁ ଏହି ବିଷୟରେ କହି ପାରିବେ ଯେ, ସେ କଣ କହିବାକୁ ଚାହୁଁଥିଲେ। ଅନ୍ୟପଟେ ବରିଷ୍ଠ ନେତା ତାଙ୍କୁ ଉପଦେଶ ଦେଇ କହିଛନ୍ତି, ଆମକୁ ମତଦାତାଙ୍କ ସମ୍ମାନ କରିବା ଉଚିତ୍। ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେବାରେ ମୁଁ କିଏ। ସେ କଣ କହିବାକୁ ଚାହୁଁଥିଲେ, ସେ ହିଁ କହି ପାରିବେ।
କେବଳ ଏତିକି ନୁହେଁ ସିବଲ କହିଛନ୍ତି, ମୁଁ ତ କେବଳ ଏତିକି କହିବାକୁ ଚାହୁଁଛି ଯେ ଦେଶର ମତଦାତା ବୁଦ୍ଧିମାନ। ଆମେ ସେମାନଙ୍କ ବୁଦ୍ଧିମାନର ସମ୍ମାନ କରିବା ଉଚିତ୍। ହୋଇପାରେ ମତଦାତା ଦେଶର ଯେ କୌଣସି ଅଞ୍ଚଳର ହୋଇଥାଉ ନା କାହିଁକି। ମତଦାତା ମତଦାତା ହିଁ ହୋଇଥାନ୍ତି ଯିଏ ଭୋଟ୍ ଦେଇ ଆପଣଙ୍କୁ କ୍ଷମତାରେ ବସାନ୍ତି ଏବଂ ପୁଣି ବେଦଖଲ କରନ୍ତି। ଆମକୁ ଦେଶର ମତଦାତାଙ୍କୁ ସମ୍ମାନ କରିବା ଉଚିତ୍ ଏବଂ ସେମାନଙ୍କୁ ଅପମାନ କରିବାରୁ କ୍ଷାନ୍ତ ରହିବା ଉଚିତ୍।
ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ହୋଇଥିବା ପ୍ରଶ୍ନର ଉତ୍ତରରେ ସିବଲ କହିଛନ୍ତି, ମତଦାତା ବହୁତ ବୁଦ୍ଧିମାନ। ସେମାନେ ଜାଣନ୍ତି କାହାକୁ ଭୋଟ୍ ଦେବେ ଏବଂ କେଉଁ ମତଦାତାଙ୍କୁ ମତ ଦେବେ। ସେମାନେ ଏହା ମଧ୍ୟ ଜାଣିଛନ୍ତି ଯେ, କଣ ପାଇଁ ଭୋଟ୍ ଦେଉଛନ୍ତି। ମୁଁ ଏହା ମାନିବାକୁ ପ୍ରସ୍ତୁତ ନୁହେଁ ଯେ କଂଗ୍ରେସ କେବେ ମଧ୍ୟ କୌଣସି ମତଦାତାଙ୍କୁ ଅପମାନ କରିବ।