କଲେଜ କୋଠା ପାଇଁ ମାଟି ଖୋଳୁଥିଲେ, ବାହାରିଲା ବିରଳ ପଞ୍ଚମୁଖି ଶିବଲିଙ୍ଗ

Published By : Prameya-News7 Bureau | January 22, 2022 IST

ପାଟନା, ୨୨/୦୧:  ମାଟି ତଳୁ ମିଳିଲା ବିରଳ ଶିବଲିଙ୍ଗ । ସାଧାରଣ ଶିବ ଲିଙ୍ଗ ନୁହେଁ, ବରଂ ପଞ୍ଚମୁଖି ଶିବଲିଙ୍ଗ । ପୂଜାର୍ଚ୍ଚନା ଆରମ୍ଭ କରିଦେଲେ ଶ୍ରଦ୍ଧାଳୁ । ବନ୍ଦ କରିବାକୁ ପଡିଲା ଖନନ । ଏପରି ଘଟଣା ସାମ୍ନାକୁ ଆସିଛି ବିହାରର ଔରଙ୍ଗାବାଦରେ ।

ସୂଚନାନୁସାରେ, ଔରଙ୍ଗବାଦରେ ଥିବା ସିହ୍ନା କଲେଜରେ ନୂଆ କ୍ୟାମ୍ପସ ପାଇଁ ମାଟି ଖୋଳା ହେଉଥିଲା । ଏହି ସ୍ଥାନରେ ବାଣିଜ୍ୟ ବିଭାଗ ଖୋଲିଥାନ୍ତା । କିନ୍ତୁ ମାଟି ଖୋଳିବା ବେଳେ ହଠାତ ଶିବ ଲିଙ୍ଗ ବାହାରିଥିଲା । ଯାହା ଥିଲା ବିରଳ । ଏହାକୁ ଦେଖି ସେଠାରେ ଉପସ୍ଥିତ ଲୋକେ ଚକିତ ହୋଇଯାଇଥିଲେ ।

ଏହି ଶିବ ଲିଙ୍ଗଟି ସାଧାରଣ ଅପେକ୍ଷ ଅଲଗା ଥିଲା । ଏହାର ରଙ୍ଗ ଧୂସର ଥିବା ସହ ପଞ୍ଚଟି ମୁଖ ରହିଥିଲା । ଘଟଣାକୁ ନେଇ ଠିକାଦାର କହିଛନ୍ତି ଯେ, ଚାରି ଦିନ ତଳେ କାମ ଆରମ୍ଭ ହୋଇଥିଲା । ଜେସିବିରେ ମାଟି ଖୋଳିଲା ବେଳେ ହଠାତ ଏକ ପଥରରେ ଜେସିବି ବାଜିଥିଲା । ହାତରେ ମାଟି ଖୋଳା ଯାଇଥିଲା । ଏହି ସମୟରେ ଏକ ଫୁଟର ଶିବଲିଙ୍ଗ ଉଦ୍ଧାର ହୋଇଥିଲା ।

କୁହାଯାଉଛି ଯେ, ପ୍ରାଚୀନ ସମୟରେ ସେହି ସ୍ଥାନରେ ଟେକାରୀ ମହାରାଜଙ୍କ କାର୍ଯ୍ୟାଳୟ ଥିଲା । ଏହି ପ୍ରତିମା ତାଙ୍କ ଦ୍ୱାରା ସ୍ଥାପନା କରାଯାଇଥିବା ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ପଞ୍ଚମୁଖି ଶିବ ଲିଙ୍ଗ ମିଳିବା ପରେ ଘଟଣାସ୍ଥଳରେ ଗହଳି ଲାଗି ରହିଚି । ଲୋକେ ପୂଜାର୍ଚ୍ଚନା କରୁଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.