କଂଗ୍ରେସରୁ ଇସ୍ତଫା ଦେଲେ ଲାଞ୍ଜିଗଡର ପୂର୍ବତନ ବିଧାୟକ ଶିବାଜୀ ମାଝୀ

Published By : Prameya-News7 Bureau | November 06, 2021 IST

ଲାଞ୍ଜିଗଡ଼ ୦୬/୨୧ : ରାଜ୍ୟରେ କଂଗ୍ରେସର ଦଳୀୟ କନ୍ଦଳ ଚରମ ସୀମାରେ ପହଞ୍ଚିଛି । ଯାହା ଫଳରେ ନେତାମାନେ ଦଳ ଛାଡିବାରେ ଲାଗିଛନ୍ତି । ଏହି କ୍ରମରେ ଏବେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ଶିବାଜୀ ମାଝୀ। ୨୦୦୭ ମସିହାରେ ସେ କଂଗ୍ରେସ ରେ ଯୋଗ ଦେଇଥିବାବେଳେ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ସେ କଂଗ୍ରେସ ଦଳରୁ ବିଧାୟକ ହୋଇ ବିଧାନସଭାକୁ ଯାଇଥିଲେ । ପରେ ୨୦୧୯ ନିର୍ବାଚନରେ ତାଙ୍କର ପରାଜୟ ହୋଇଥିଲେ । ସେହି ଦିନ ଠାରୁ ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ଶିବାଜୀ ମାଝୀ ଅଭିଯୋଗ କରିଆସୁଥିଲେ । କୌଣସି ଦଳୀୟ କାର୍ଯ୍ୟକ୍ରମରେ ଡକାଗଲା ନାହିଁ  । ତେଣୁ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଜିଲ୍ଲା ସଭାପତି ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପଠାଇଦେଇଛନ୍ତି ।

୨୦୦୭ ମସିହାରେ ଶିବାଜୀ ମାଝୀ କଂଗ୍ରେସରେ ଯୋଗ ଦେଇଥିଲେ। ଏହା ପରେ କଂଗ୍ରେସ ଟିକେଟରେ ୨୦୧୪ ମସିହାରେ ସେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରୁ ଲଢ଼ି ନିର୍ବାଚିତ ହୋଇ ବିଧାୟକ ହୋଇଥିଲେ। ବିଧାୟକ ହେବା ପରେ ସେ ପରବର୍ତ୍ତୀ ନିର୍ବାଚନରେ ପରାଜୟ ବରଣ କରିଥିଲେ। ତେବେ ଏହି ସମୟ ଭିତରେ ତାଙ୍କର ଦଳବଦଳ ହେବା ନେଇ ବଡ଼ ଚର୍ଚ୍ଚା ହେଉଥିଲେ ମଧ୍ୟ ସେ କୌଣସି ଦଳରେ ଯୋଗ ଦେଉନଥିଲେ। କିନ୍ତୁ ଆଜି ସେ ହଠାତ ଦଳ ଛାଡିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତର ଅବ୍ୟବହିତ ପୂର୍ବରୁ ତାଙ୍କର ଇସ୍ତଫା ଦେବା ଭୃକୁଂଚନ ସୃଷ୍ଟି କରୁଛି।

{"id":539654,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.