Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ନକଲି ମେଡିସିନ କାରବାରର ମୁଖ୍ୟ କାର୍ପଟଦାର ଶିବ ଜେନା ଗିରଫ, ପୂର୍ବରୁ ଗିରଫ ହୋଇଥିଲେ ପତ୍ନୀ ଓ ଦୁଇ କର୍ମଚାରୀ

24/06/2021 at 1:21 PM

ଭୁବନେଶ୍ବର ୨୪।୬: ନକଲି ମେଡିସିନ କାରବାରର ମୁଖ୍ୟ ଶିବ ଜେନା ଗିରଫ । ଶିବ ଜେନାକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ । ବୁଧବାର ଶିବ ଜେନାଙ୍କ ପତ୍ନୀ ଓ ତାଙ୍କର ଦୁଇ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଏସଟିଏଫ ।

ସୂଚନାଯୋଗ୍ୟ ଯେ, ନକଲି ମେଡିସିନ ମାମଲାରେ ବୁଧବାର କଟକରୁ ତିନି ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ମୁଖ୍ୟ କାର୍ପଟଦାର ଶିବ ଜେନାଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଜେନା । ଗିରଫ ହୋଇଥିବା ଅନ୍ୟ ଦୁଇ ଜଣ ହେଲେ ପ୍ରୀତିରଞ୍ଜନ ପରିଡା ଓ ସତ୍ୟ ପ୍ରକାଶ ମହାନ୍ତି । ପୂର୍ବରୁ ଗିରଫ ଔଷଧ ବ୍ୟବସାୟୀଙ୍କ ସୂଚନା ମୁତାବକ ଏହି ତିନି ଜଣଙ୍କୁ ଗିରଫ କରାଯାଇଥିଲା । ମେଡିଲୋୟେଡ ମେଡିକମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ଖୋଲାଯାଇଥିବା ଏହି ଔଷଧ କମ୍ପାନୀରେ ଚାଲିଥିଲା ନକଲି ଔଷଧ ବେପାର । କମ୍ପାନୀର ଏମଡି ଥିଲେ ଶିବ ଜେନା ।

କଟକରୁ ନକଲି ମେଡିସିନ ଜବତ ହେବା ପରେ କ୍ରାଇମବ୍ରାଞ୍ଚର ଏସଟିଏଫକୁ ତଦନ୍ତ ଦାୟିତ୍ବ ଦେଇଥିଲେ ରାଜ୍ୟ ସରକାର । ଏହି ଘଟଣାରେ ଅଦ୍ୟାବଧି ବାହାର ଦୁଇଟି ରାଜ୍ୟରେ ଡେରା ପକାଇ ତଦନ୍ତ ଜାରି ରଖିଛି ଏସଟିଏଫର ସ୍ବତନ୍ତ୍ର ଟିମ୍ ।

   Related Posts