ମହଙ୍ଗା ପଡିଲା ଥାନା ଭିତରେ ଓକିଲଙ୍କୁ ମାଡ : ୨୪ ଘଣ୍ଟାରେ ଜିଲ୍ଲା ହେଡକ୍ୱାର୍ଟରକୁ ସବ ଇନ୍ସପେକ୍ଟରଙ୍କ ବଦଳି

Published By : Prameya-News7 Bureau | July 08, 2021 IST

ସୋର ୮/୭ : ଥାନା ଭିତରେ ଓକିଲଙ୍କୁ ନିସ୍ତୁକ ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ । ମାଡ ମାରିଥିବା ଏସ.ଆଇ. ଚନ୍ଦ୍ରଶେଖର ମହାନ୍ତିଙ୍କୁ ଜିଲ୍ଲା ହେଡ କ୍ୱାଟରକୁ ବଦଳି ହୋଇଛି l ଗତ ୪ ତାରିଖ ରାତିରେ ସୋର ପୁଲିସ ଓ ଭୁବନେଶ୍ୱର ପୋଲିସ ମିଳିତ ଭାବେ କୌଣସି କାରଣ ନଥାଇ ଜଣେ ଓକିଲ ଧୀରେନ୍ଦ୍ର ଦାସଙ୍କୁ କଲେଜ ଛକ ଭଡା ଘରୁ ଉଠାଇ ଆଣି ଥାନାରେ ନିସ୍ତୁକ ମାଡ଼ ମାରିଥିଲେ ।

ଏପରିକି ୧୨ ଘଣ୍ଟା ଧରି ଥାନା ଭିତରେ ଅଟକ ରଖିବା ନେଇ ପୀଡିତ ଓକିଲ ଅଭିଯୋଗ କରିଥିଲେ । ପରେ ସୋର ଓକିଲ ସଂଘ ଘଟଣାକୁ ତୀବ୍ର ବିରୋଧ କରିବା ସହ ଘଟଣାକୁ ନିନ୍ଦା କରି sp ସୁଧାଂଶୁ ଶେଖର ମିଶ୍ରଙ୍କୁ ଭେଟି ଘଟଣାରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଥିଲେ l ଓକିଲ ସଙ୍ଘର ଦାବି ପୂରଣ ନହେଲେ ଆଗାମୀ ଦିନରେ  ଓକିଲ ସଙ୍ଘ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ ।

wp:gallery {"ids":[477366],"linkTo":"none"} /wp:gallery

ସୋର କଲେଜ ଛକରେ ସୋର କୋର୍ଟର ଓକିଲ ଧୀରେନ୍ଦ୍ର ଦାସ ପରିବାର ସହ ଭଡାରେ ରୁହନ୍ତି । ସୂଚନ ଥାଉକି ଗତ ୪ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ୱର ନୟାପଲି ଥାନା ଓ ସୋର ପୁଲିସ ମିଳିତ ଭାବେ ଏକ ମାମଲାକୁ ନେଇ ଧୀରେନ୍ଦ୍ର ଦାସଙ୍କ ଘରେ ପହଞ୍ଚି ଗେଟ ଖୋଲିବାକୁ କହିଥିଲେ । ଯେହେତୁ ଧୀରେନ୍ଦ୍ର ଦାସ ଭଡା ଘରେ ରହୁଛନ୍ତି ସେ କହିଥିଲେ ଘର ମାଲିକଙ୍କୁ କୁହନ୍ତୁ ପୁଲିସ ଏଥିରେ ଉତକ୍ଷୀପ୍ତ ହୋଇ ତାଙ୍କ ଗ୍ରୀଲ ଭାଙ୍ଗି ତାଙ୍କୁ ସେଠାରୁ ଜୋର ଜବରଦସ୍ତ ଉଠାଇଆଣିଥିଲେ ।

ପରେ ସୋର ଥାନାକୁ ଆଣି ମାଡ ମାରିଥିଲା । ଥାନା ଭିତରେ ଧୀରେନ୍ଦ୍ର ଅଚେତ ହୋଇପଡିଥିଲେ । କେବଳ ସେତିକି ନୁହେଁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରି ଏବଂ ତାଙ୍କ ପୁଅକୁ ମଧ୍ୟ ସେହି ଅଭିଯୋଗରେ ମାଡ ମାରି ଦୀର୍ଘ ୧୨ ଘଣ୍ଟା ଅଟକ ରଖିଥଲା ପୋଲିସ l ଗତକାଲି ଉଭୟ ଓକିଲ ଓ ତାଙ୍କ ପୁଅ ବ୍ୟକ୍ତିଗତ ମୁଚାଲିକାରେ ଘରକୁ ଫେରିଥିଲେ । ତେବେ ଭୁବନେଶ୍ୱରର ଜଣେ ମହିଳା ଅଭିଯୋଗ କ୍ରମେ ପୋଲିସ ଏପରି କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.