Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||

କରୋନା ସହ ୧୭ଦିନ ସଂଘର୍ଷ ପରେ ହାରିଗଲେ ଆଉ ଜଣେ ଯୋଦ୍ଧା, ଟାଙ୍ଗୀ ଥାନା ସବ୍ ଇନ୍ସପେକ୍ଟରଙ୍କ ମୃତ୍ୟୁ

9/10/2020 at 5:52 PM

ସଲେପୁର ୯।୧୦: କଟକ ଜିଲ୍ଲାରେ କରୋନାରେ ପୁଣି ଜଣେ ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତ ଯୋଦ୍ଧା ଜଣଙ୍କ ହେଲେ ଟାଙ୍ଗୀ ଥାନା ସବ୍ ଇନ୍ସପେକ୍ଟର (ଏସ୍.ଆଇ) ନିମାଇଁ ଚରଣ ମହାପାତ୍ର ।

ସେପ୍ଟେମ୍ବର ୧୫ ତାରିଖରେ ତାଙ୍କର କରୋନା ପଜିଟିଭ୍ ଚିହ୍ନଟ ପରେ ଟାଙ୍ଗୀ ସ୍ଥିତ ଡ୍ରିମ୍ସ୍ କୋଭିଡ୍ କେୟାରରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ସ୍ବାସ୍ଥାବସ୍ଥା ଜଟିଳ ହେବାରୁ ୨୩ ତାରିଖରେ ତାଙ୍କୁ କଟକ ସ୍ଥିତ ସୃଷ୍ଟି ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଉଥିଲା । ହେଲେ ଦୀର୍ଘ ୧୭ ଦିନି କରୋନା ସହ ଲଢେଇ କରି ଶେଷରେ ହରିଗଲେ କରୋନା ଯୋଦ୍ଧା ।

ଶୁକ୍ରବାର ସକାଳେ ତାଙ୍କର ସେଠାରେ ମୃତ୍ୟୁ ହେବା ପରେ ତୁଳସୀ ପୁର ଶ୍ମସାନକୁ ନିଆଯାଇଥିଲା।  ସେଠାରେ ତାଙ୍କ ଫଟୋ ରଖି  କଟକ ଜିଲ୍ଲା ଗ୍ରାମାଞ୍ଚଳ ଏସିପି ଯୁଗଳ କିଶୋର ବୋନଥ, ଏସଡିପିଓ ପ୍ରଶାନ୍ତ କୁମାର ମଲ୍ଲ, ଟାଙ୍ଗୀ ଥାନା ଅଧିକାରୀ ପଦାରବିନ୍ଦ ତ୍ରିପାଠୀଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ରହି ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ଶ୍ମସାନରେ କରୋନା ଯୋଦ୍ଧାଙ୍କ ଶବଦାହ କରାଯାଇଥିଲା ।

   Related Posts