Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ପୋଲିସ ହେବ ତ ଏମିତି: ଚାଲିବାକୁ ଅସମର୍ଥ ଥିଲେ ବୃଦ୍ଧା: କୋଳରେ ଟେକି ମତଦାନ କେନ୍ଦ୍ର ବୁଥ୍ ଭିତରକୁ ନେଇଗଲେ ଏସଆଇ

29/09/2021 at 6:52 PM

ଗୋପାଳଗଞ୍ଜ ୨୯/୦୯ : ବିହାର ଗୋପାଳଗଞ୍ଜ ବିଜୟୀପୁର ବ୍ଲକରେ ବୁଧବାର ଦିନ ହୋଇଥିବା ମତଦାନ ଯୋଗୁଁ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଛି। ସରକାରୀ ମଧ୍ୟମ ବିଦ୍ୟାଳୟରେ ହୋଇଥିବା ମତଦାନ କେନ୍ଦ୍ରରେ ୧୦୫ ବର୍ଷୀୟ ମହିଳା ଭୋଟ ଦେଇଛନ୍ତି। ମହିଳା ଚାଲିବାକୁ ଅସମର୍ଥ। ସେଥିପାଇଁ ଦାୟିତ୍ୱରେ ଥିବା ଜଣେ ଏସଆଇ ବୃଦ୍ଧ ମହିଳାଙ୍କୁ କୋଳରେ ଟେକି ବୁଥ ଭିତରକୁ ନେଇଯାଇଥିଲେ। ମହିଳା ବୁଥରେ ଭୋଟ ଦେଇଥିଲେ। ମହିଳା ନିଜ ନାତିଙ୍କ ସହ ବାଇକରେ ବସି ମତଦାନ କେନ୍ଦ୍ର ଆସିଥିଲେ।

ଏସଆଇ ଅନିଲ ତିୱାରୀଙ୍କ ଏହି ପ୍ରୟାସ ଯୋଗୁଁ ମତଦାନ କେନ୍ଦ୍ରରେ ଉପସ୍ଥିତ ଥିବା ସମସ୍ତ ଭୋଟର ତାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ବୃଦ୍ଧା ଲାଲମତି ଦେବୀ ଚାଲିବାକୁ ଅସମର୍ଥ। କିନ୍ତୁ ତଥାପି ସେ ଭୋଟ ଦେବାକୁ ଚାହୁଁଥିଲେ। ସେଥିପାଇଁ ତାଙ୍କ ନାତି ତାଙ୍କୁ ବାଇକରେ ବସାଇ ମତଦାନ କେନ୍ଦ୍ର ଯାଏଁ ନେଇଯାଇଥିଲେ।

ଯେତେବେଳେ ଏସଆଇଙ୍କ ଅନିଲ ତିୱାରୀଙ୍କ ନଜର ବୃଦ୍ଧ ମହିଳାଙ୍କ ଉପରେ ପଡିଥିଲା ସେ ତୁରନ୍ତ ତାଙ୍କ ପାଖରେ ପହଞ୍ଚିଥିଲେ ଓ ମହିଳାଙ୍କୁ କୋଳରେ ଟେକି ବୁଥ ଭିତରକୁ ନେଇଯାଇଥିଲେ। ମହିଳା ଭୋଟ ଦେବାପରେ ତାଙ୍କୁ ପୁଣି କୋଳରେ ଟେକି ବାଇକରେ ବସେ ଦେଇଥିଲେ।

   Related Posts