ପୁଲିସ୍‌ ସବଇନିସ୍‌ପେକ୍ଟରଙ୍କୁ ବାଧ୍ୟତାମୂଳକ ଅବସର

Published By : Prameya-News7 Bureau | October 17, 2019 IST

ଭୁବନେଶ୍ୱର ୧୭ ।୧୦ - ଲାଞ୍ଚ ନେଇ ବାରମ୍ବାର ଧରା ପଡିଥିବା ପୁଲିସ ଏସ୍‌ଆଇଙ୍କୁ ବାଧ୍ୟତାମୂଳକ ଅବସର । ଲାଞ୍ଚ ନେଇ ବାରମ୍ବାର ଦୁର୍ନୀତି ନିବାରଣ ବିଭାଗ ବା ଭିଜାଲାନ୍ସ ଦ୍ୱାରା ଗିରଫ ହୋଇଥିବା ଏସ୍‌ଆଇ ବନମାଳୀ ନାୟକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ପୁରୀରେ ଥିବା ବେଳେ ବନମାଳୀ ୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜାଲାନ୍ସ ଦ୍ୱାରା ଗିରଫ ହୋଇଥିବା ବେଳେ ଖୋର୍ଦ୍ଧା ଜଙ୍କିଆରେ ଥିବା ବେଳେ ୩ ହଜାର ଟଙ୍କା ଲାଞ୍ଚ ନେଇ ଭିଜାଲାନ୍ସ ଦ୍ୱାରା ଗିରଫ ହୋଇଥିଲେ ।
ବାରମ୍ବାର ଦୁର୍ନୀତି ଅଭିଯୋଗରେ ଗିରଫ ହେବାପରେ ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.