Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର ରୋଡ୍ : ଉପ-କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଢେଙ୍କାନାଳ : ଜଙ୍ଗଲୀ ଜନ୍ତୁକୁ ମାରି ମାଂସ ଭାଗବଣ୍ଟା କଲେ, ଭାଗ ଛିଡିଲାନି ବୋଲି ଜଣଙ୍କୁ ମାରିଦେଲେ, ଅଭିଯୁକ୍ତ ଫେରାର
  • ||
  • ଚଣ୍ଡିଖୋଲ : କ୍ୟାବିନରୁ ୨ଶହ ଲିଟର ଡିଜେଲ ଜବତ, ଜଣେ ଗିରଫ
  • ||
  • ପଟ୍ଟାମୁଣ୍ଡାଇ : ନଦୀରେ ଭାସୁଛି କୁମ୍ଭୀରର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗାଁ ମୁହାଁ ହାତୀ ପଲ, ଭୟଭୀତ ଗ୍ରାମବାସୀ, ପଡିଲା ତାଟି କବାଟ
  • ||
  • ମନ୍ଦିର ନିକଟରେ ପଡିଛି ଅଜଣା ଯୁବକ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • କମୁଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୮ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୨୯୫୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଅମାନବୀୟ : ଗୋଡାଇବାରୁ କୁକୁରକୁ ହତ୍ୟା, ଜଣେ ଗିରଫ
  • ||
  • ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ଆସନ୍ତାକାଲି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ କଟକଣା ଲାଗୁ
  • ||

ପୋଲିସଓ୍ୱାଲା ପ୍ରେମ : ବାହାହେବାକୁ କଥା ଦେଇ ଏସ୍ଆଇ ବାବୁ କଲେ ମସ୍ତି, କିନ୍ତୁ ସିନ୍ଦୁର ଦେବାକୁ ନା, ମହିଳା ଏସ୍ଆଇ ଏସ୍‌ପିଙ୍କୁ କଲେ ଅଭିଯୋଗ

19/07/2020 at 7:51 AM

ଜଗତସିଂହପୁର ୧୯।୦୭: ପୁଣି ଖାକିରେ କଳଙ୍କ । ସବଇନ୍ସପେକ୍ଟରଙ୍କ ବିରୋଧରେ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା ସବ୍ ସବଇନ୍ସପେକ୍ଟର। ଜଗତସିଂହପୁର ଜିଲ୍ଲା ପାରାଦୀପ ଅଞ୍ଚଳର ଏକ ଥାନାରେ କାର୍ଯ୍ୟରତ ସବଇନ୍ସପେକ୍ଟରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମହିଳା ସବଇନ୍ସପେକ୍ଟର।

ସୂଚନାଯୋଗ୍ୟ ଯେ, ଉଭୟ ଗତ ବର୍ଷ ପୁରୀରେ ରଥଯାତ୍ରା ଡିୟୁଟି ସମୟରେ ଦେଖା ସାକ୍ଷାତ ହେବା ସହ ପରସ୍ପର ପରିଚିତ ହୋଇଥିଲେ । ପରେ ଯୁବ ସବଇନ୍ସପେକ୍ଟର ଜଣକ ସମ୍ପୃକ୍ତ ମହିଳା ସବଇନ୍ସପେକ୍ଟରଙ୍କୁ ବିବାହର ପ୍ରତିଶୃତି ଦେଇ ତାଙ୍କ ସହିତ ସମ୍ପର୍କ ଯୋଡିବା ସହିତ ବିଭିନ୍ନ ସ୍ଥାନକୁ ନେଇ ଶାରୀରିକ ସମ୍ପର୍କ ରଖିଥିଲେ । ଏପରିକି ମହିଳା ସବଇନ୍ସପେକ୍ଟର ଜଣକ ଗର୍ଭବତୀ ହୋଇଥିଲେ । ପୁରୁଷ ସବଇନ୍ସପେକ୍ଟର ବନ୍ଧୁଙ୍କ ଚାପରେ ପଡି ଗର୍ଭପାତ ମଧ୍ୟ କରିଥିଲେ । ଏଥି ସହିତ ପୁରୁଷ ବନ୍ଧୁ ଜଣକ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଉଠାଇ ରଖିବା ସହ ଏବେ ବିବାହ କରିବାକୁ ରାଜି ହେଉନାହାଁନ୍ତି ।

ସେହିପରି ବିବାହ କରିବାକୁ ବାଧ୍ୟ କଲେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବେ ବୋଲି ଧମକ ଦେଉଥିବାର ମହିଳା ସବ୍ ଇନ୍ସପେକ୍ଟର ଜଣକ ଜଗତସିଂହପୁର ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଜଗତସିଂହପୁର ପୋଲିସ ଏକ କେସ ରୁଜୁ କରି ତଦନ୍ତ ଚଳାଇଛି । ସେପଟେ ସବ ଇନ୍ସପେକ୍ଟର ସହ ଘଟଣା ବାବଦରେ ଜାଣିବା ପାଇଁ  ଯୋଗାଯୋଗ କରାଯାଇଥିଲା । ହେଲେ ସେ କହିଛନ୍ତି ଏ ବାବଦରେ ମୁ କିଛି ଜାଣିନି ।

   Related Posts