ଘର ଖଣ୍ଡିଏ ନପାଇ ହନ୍ତସନ୍ତ ବାପା ପୁୁଅ

Published By : Prameya-News7 Bureau | September 04, 2018 IST

ମୟୁରଭଞ୍ଜ ୦୪/୦୯ : ଗରିବକୁ ଘର ଖଣ୍ଡିଏ ଯୋଗାଇ ଦେବାପାଇଁ ଇନ୍ଦିରା ଆବାସ ଯୋଜନା ଠାରୁ ଆରମ୍ଭ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ଚାଲିଛି । କିନ୍ତୁ କିଛି କର୍ମଚାରୀଙ୍କ ଅବହେଳା ଏବଂ ଲୁଟିନେବାର ମନୋବୃତ୍ତି ଯୋଗୁଁ ସରକାରୀ ଯୋଜନାର ସୁଫଳ ପାଉନାହାନ୍ତି ଗରିବ ଲୋକେ । ଏପରି ଜଣେ ହେଉଛନ୍ତି ମୟୂରଭଞ୍ଜ ଖୁଣ୍ଟା ବ୍ଲକ୍ କମଳି ଗାଁର ଶ୍ୟାମ ପାତ୍ର ଓ ତାଙ୍କ ପୁଅ ଦେବେନ୍ଦ୍ର ପାତ୍ର । ଶ୍ୟାମଙ୍କ ବୟସ ୭୫ ଛୁଇଁଥିବା ବେଳେ ତାଙ୍କ ପୁଅ ବିଭିନ୍ନ ରୋଗରେ ପୀଡ଼ିତ । ଭଙ୍ଗା ଦଦରା ଘରେ ରହୁଥିଲେ ମଧ୍ୟ ସରକାରୀ ଯୋଜନାରେ ଘର ଖଣ୍ଡେ ପାଇଁ ବାରମ୍ବାର ବିଭିନ୍ନ ଅଫିସ ଦୌଡ଼ିଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ଏହି ବାପପୁଅଙ୍କୁ ସରକାରୀ ଯୋଜନାରେ ଭତ୍ତା ମଧ୍ୟ ମିଳୁନାହିଁ । ସବୁ ଦସ୍ତାବିଜ୍ ଦାଖଲ କରିବାର ୨ ବର୍ଷ ପରେ ମଧ୍ୟ କାହିଁକି ଘର ମିଳୁନି ସେମାନେ ଜାଣିପାରୁନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.