ସମ୍ବଲପୁର ରେଙ୍ଗାଲୀ ପନ୍ଦୁଲୋଇରେ ଥିବା ଶ୍ୟାମ ମେଟାଲିକ୍ସ କାରଖାନା ସିଲ୍
Published By : Prameya-News7 Bureau | August 23, 2018 IST
ସମ୍ବଲପୁର ୨୩/୮:ସମ୍ବଲପୁର ରେଙ୍ଗାଲୀ ପନ୍ଦୁଲୋଇରେ ଥିବା ଶ୍ୟାମ ମେଟାଲିକ୍ସ କାରଖାନା ସିଲ୍ ହୋଇଛି। ପ୍ରଦୂଷଣ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ କାରଖାନାକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ ଅନୁସାରେ କାରଖାନା ସିଲ୍ କରାଯାଇଛି । ୩ ମାସ ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ଉଲ୍ଲଘଂନ କରିଥିବା ନେଇ ଶ୍ୟାମ ମେଟାଲିକ୍ସକୁ ନୋଟିସ ଜାରି କରାଯାଇଥିଲା । କମ୍ପାନୀ ଗୋଟିଏ ମାସ ମଧ୍ୟରେ ସବୁ ସର୍ତ୍ତ ପାଳନ ପାଇଁ ସମୟ ନେଇଥିଲା । କିନ୍ତୁ ନିୟମକୁ ପାଳନ ନକରି ପ୍ରଦୂଷଣ ନିୟନ୍ତ୍ରଣ ଖୋଲାଖୋଲି ଉଲ୍ଲଘଂନ କରିଥିବାରୁ ଶେଷରେ ଆଜି କମ୍ପାନୀକୁ ସିଲ କରିଛି ଜିଲ୍ଲା ପ୍ରଶାସନ ।