Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||

ମହିଳାଙ୍କ ସୁରକ୍ଷା ଲାଗି ନୂଆ Gadget: ଏବେ lipstic ଓ ପର୍ସରୁ ଚାଲିବ ଗୁଳି, sandal ଦେବ ପୋଲିସକୁ ଘଟଣାର ସୂଚନା

18/01/2020 at 7:53 PM

ବନାରସ :  ସରକାର ଓ ପୋଲିସର ଶତ ଉଦ୍ୟମ ସତ୍ତ୍ୱେ ଦେଶରେ ମହିଳା ଓ ଯୁବତୀଙ୍କ ସୁରକ୍ଷା ଏପର୍ଯ୍ୟନ୍ତ ସୁନିଶ୍ଚିତ ହୋଇନାହିଁ। କମେଣ୍ଟ ଓ ରେପ୍ ଘଟଣା ଥମିବାର ନାଁ ନେଉନି। ତେବେ ଜନୈକ ଯୁବକଙ୍କ ଉଦ୍ୟମ ଏବେ ଏଭଳି ଘଟଣାରୁ ମହିଳା ଓ ଯୁବତୀଙ୍କୁ ନିଜ ଆତ୍ମରକ୍ଷା ଲାଗି  ନିଶ୍ଟିତ ସହାୟକ ହେବ ବୋଲି ଆଶା କରାଯାଉଛି। ଉତ୍ତରପ୍ରଦେଶ ବନାରସର ଜନୈକ ଯୁବ ବୈଜ୍ଞାନିକ ଏକ ଏପରି ଗେଜେଟ୍ ପ୍ରସ୍ତୁତ କରିଛନ୍ତି ଯାହାକୁ ବ୍ୟବହାର କରି ମହିଳା ଓ ଯୁବତୀ ଏବେ ନିଜକୁ ସୁରକ୍ଷିତ ରଖିପାରିବେ।

ବନାରସର ଶ୍ୟାମ ଚୌରାସିଆ ଏହି ଗେଜେଟ୍ ପ୍ରସ୍ତୁତ କରିଛନ୍ତି। ଯାହାକୁ ସେ ନିକଟରେ ଗୋରଖପୁର ମହୋତ୍ସବରେ ପ୍ରଦର୍ଶିତ କରିଛନ୍ତି। ମହିଳାଙ୍କ ସୁରକ୍ଷା ଗେଜେଟ୍ ଦେଖିବାକୁ ଚୌରାସିଆଙ୍କ ଷ୍ଟଲରେ ଏବେ ବେଶ୍  ଭିଡ ଜମୁଥିବା ଦେଖାଯାଇଛି। ଯୁବ ବୈଜ୍ଞାନିକ ଚୌରାସିଆ ମୋବାଇଲ ଉପକରଣରେ ଏହି ସୁରକ୍ଷା ଗେଜେଟ୍ ପ୍ରସ୍ତୁତ କରିଛନ୍ତି। ଯାହା ମହିଳା ଓ ଛାତ୍ରୀଙ୍କ ସୁରକ୍ଷା କରିବାରେ ବେଶ ସହାୟକ ହୋଇ ପାରିବ ବୋଲି ଆଶା କରାଯାଉଛି।

ଯୁବ ବୈଜ୍ଞାନିକ ପ୍ରସ୍ତୁତ କରିଥିବା ପର୍ସ, ଲିପିଷ୍ଟିକ ଓ ସାଣ୍ଡଲକୁ ବ୍ଲୁଟୁଥ ସହ ସଂଯୁକ୍ତ କରାଯାଇଛି। ଯାହା ଟ୍ରିଗର ଜରିଆରେ ସ୍ମାର୍ଟ ଫୋନ ସହ ସଂଯୁକ୍ତ ହୋଇଛି। ଏଥିରେ ଦୁଇଟି ମାଇକ୍ ଲଗାଯାଇଛି, ଯାହା ମହିଳା ଅଥବା ଯୁବତୀଙ୍କୁ ଗୋଟିଏ ମାଇକ୍ ଜୋଡୁଥିବା ବେଳେ ଅନ୍ୟ ମାଇକ୍ ଟି ଘଟଣା ସ୍ଥଳର ବିବରଣୀ ସିଧା ପୋଲିସ ନିକଟକୁ ପହଞ୍ଚାଇପାରୁଛି। ତେବେ ଚୌରାସିଆ ଏ ସବୁ ସାମଗ୍ରୀର ବ୍ୟବସାୟିକ ଉତ୍ପାଦନ କରିନାହାନ୍ତି। ଏଥିଲାଗି ଦିଲ୍ଲୀର ଏକ କମ୍ପାନୀ ସହ ତାଙ୍କର ଆଲୋଚନା ହୋଇଥିବା କହିଛନ୍ତି। ଯଦି ଆଲୋଚନା ସାକାର ହୁଏ ତେବେ ଖୁବ୍ ଶୀଘ୍ର ଏହି ଗେଜେଟ୍ ପ୍ରସ୍ତୁତ ହୋଇ ଲୋକଙ୍କ ଘରେ ଘରେ ପହଞ୍ଚିପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି।

ଖୁବ୍ ଶସ୍ତାରେ ମିଳିପାରିବ ଗେଜେଟ୍
ଶ୍ୟାମ ଚୌରାସିଆ ପ୍ରସ୍ତୁତ କରିଥିବା ଗନ ଗେଜେଟ୍ ଲାଗି ୬୫୦ ଟଙ୍କା ଖର୍ଚ୍ଚ ଆସୁଛି। ଲିପଷ୍ଟିକ୍‌ରେ ସେ ଏହି ଗେଜେଟ୍ ପ୍ରସ୍ତୁତ କରିଛନ୍ତି। ପ୍ରୋଟୋ ଟାଇପରେ ଡିଭାଇସର ଓଜନ ମାତ୍ର ୭୦ ଗ୍ରାମ ରହୁଛି। ଲିପିଷ୍ଟିକ୍, ପର୍ସ ଅଥବା ସାଣ୍ଡଲରେ ଲାଗିଥିବା ଟ୍ରିଗର ଅନ୍ ହେବା ମାତ୍ରେ ସ୍ମାର୍ଟ ଫୋନରେ ମନକୁ ମନ ୧୧୨ ଡାୟଲ ହୋଇଯିବ। ଯାହା ପୋଲିସକୁ ଲୋକେସନ ସମେତ ଘଟଣାସ୍ଥଳର ସୂଚନା ଦେବ। ଏଥିରୁ ଘର ଲୋକେ ମଧ୍ୟ ସୂଚନା ପାଇବା ସହ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବାକୁ ଉଦ୍ୟମ କରିବେ। ଏହା ଛଡା ଅପରାଧୀଙ୍କୁ ଅଟକାଇବା ଲାଗି ଏଥିରୁ ଗୁଳି ମଧ୍ୟ ଚଳାଯାଇପାରିବ।

   Related Posts