Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଅଭିନେତ୍ରୀ ଶ୍ବେତା ତିଓ୍ବାରୀଙ୍କ ଦୁଃଖ : କହିଲେ ‘ହୋଇପାରିବେନି ଡିପ୍ରେସ୍,ଏକୁଟିଆ ଚଳାଉଛନ୍ତି ଘର’

10/05/2020 at 12:27 PM

ନୂଆଦିଲ୍ଲୀ ୧୦/୫: ଟିଭି ଇଣ୍ଡଷ୍ଟ୍ରିରେ ଅନେକ ହିଟ୍ ଶୋ କରି ସାରିଥିବା ​‌ଶ୍ବେତା ତିଓ୍ବାରୀଙ୍କ ବ୍ୟକ୍ତିଗତ ଜୀବନରେ ଅତ୍ୟନ୍ତ ଉତ୍ଥାନ ପତନ ଭରି ରହିଛି। ଏବେ ସେ ନିଜ ସ୍ବାମୀ ଅଭିନବ କୋହଲିଙ୍କଠୁ ଅଲଗା ରହୁଛନ୍ତି। ଅଭିନବଙ୍କ ସହ ସେପାରେସନ ବିଷୟରେ ଶ୍ବେତା ଏକ ସାକ୍ଷାତକାରରେ କହିଛନ୍ତି ଏବଂ କହିଛନ୍ତି ଯେ ସେ କେବଳ ଏକୁଟିଆ ଘରେ ରୋଜଗାର କରୁଛନ୍ତି। ସେଥିପାଇଁ ସେ ଡିପ୍ରେସ୍ ହୋଇପାରିବେ ନାହିଁ।

ସ୍ବାମୀଙ୍କଠୁ ଅଲଗା ହେବା ପରେ ତାଙ୍କ ପାଖରେ ଦୁଃଖ କରିବାକୁ ସମୟ ନାହିଁ ବୋଲି ସେ କହିଛନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନରେ ସମସ୍ୟା ଆସିଥିବାରୁ ସେ ଏହାକୁ ଅଧିକ ଧ୍ୟାନ ଦେଉଛନ୍ତି।

ଶ୍ବେତା କହିଛନ୍ତି ଯେ ତାଙ୍କ ଉପରେ ଅନେକ ଦାୟିତ୍ବ ରହିଛି। ତାଙ୍କୁ ଅନେକ ଲୋକଙ୍କୁ ଦେଖିବାର ଅଛି। ସେ ଅବସାଦଗ୍ରସ୍ତ ହୋଇପାରିବେ ନାହିଁ। ତାଙ୍କ ପୁଅ,ଝିଅ ଏବଂ ଘରକୁ ତାଙ୍କୁ ଦେଖିବାକୁ ପଡ଼ୁଛି। ଘରେ ସେ ଏକୁଟିଆ ରୋଜଗାରକ୍ଷମ। ସେ ହିଁ ତାଙ୍କ ଘରର ପୁରୁଷ ଏବଂ ମହିଳା।

ଶ୍ବେତାଙ୍କୁ ତାଙ୍କ ଝିଅ ପଲକଙ୍କ ସହଯୋଗ ମିଳୁଛି। ଶ୍ବେତାଙ୍କୁ ନେଇ ପଲକ କୁହନ୍ତି ଯେ ତାଙ୍କ ମାଆ ଜଣେ ମଜବୁତ ମହିଳା। ତାଙ୍କ ମାଆଙ୍କୁ କାହା ସହଯୋଗର ଆବଶ୍ୟକତା ନାହିଁ। ସେ ସବୁ କିଛି କରିବେ ଯାହା ତାଙ୍କୁ କରିବା ଉଚିତ୍। ସେ ସବୁ କିଛି ତାଙ୍କ ଆଖିରେ ଦେଖିଛନ୍ତି। ସେ ତାଙ୍କ ମାଆଙ୍କୁ କେବେ କିଛି ଭୁଳ୍ କରୁଥିବା ଦେଖି ନାହାନ୍ତି।

   Related Posts