ବିବାଦୀୟ ବୟାନ ଦେଇ ଫସିଲେ ଶ୍ବେତା ତିୱାରୀ, ଅଭିନେତ୍ରୀଙ୍କ ନାଁରେ ମାମଲା ରୁଜୁ

Published By : Prameya-News7 Bureau | January 28, 2022 IST

ନୂଆଦିଲ୍ଲୀ ୨୮।୦୧ : ଟେଲି ଅଭିନେତ୍ରୀ ଶ୍ବେତା ତିୱାରୀ ତାଙ୍କ ଲୁକ୍‌ ଓ ଷ୍ଟାଇଲ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏବେ ସେ ତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ପୁଣି ଥରେ ସମାଲୋଚନାକୁ ଆସିଛନ୍ତି । ହେଲେ ଏହା ପ୍ରଥମ ଥର ନୁହେଁ ଏହା ପୁର୍ବରୁ ଅନେକ ଥର ବିବାଦ ଘେରରେ ରହିଛନ୍ତି । ହେଲେ ଏବେ ଯେଉଁ ମନ୍ତବ୍ୟ ଦେଇ ଫସିଛନ୍ତି । ତାହା ଅଡୁଆ ବଢିବାରେ ଲାଗିଛି ।

ତାଙ୍କ ଓ୍ବେବ୍‌ ସିରିଜ୍‌ ସୁଟିଂର ପ୍ରମୋଶନ ପାଇଁ ସେ ଭୋପାଳରେ ଆୟୋଜିତ ହୋଇଥିବା ଏକ ଇଭେଣ୍ଟରେ ପହଞ୍ଚିଥିଲେ । ସେଠାରେ ସେ ତାଙ୍କ ନିଜର ବ୍ରା ସାଇଜ୍‌ ଏବଂ ଭଗବାନଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଷ୍ଟେଜ୍‌ରେ ମଜାଳିଆ ଢଙ୍ଗରେ କହିଥିଲେ, -‘ମେରା ବ୍ରା କା ସାଇଜ୍‌ ତୋ ଭଗବାନ ଲେ ରହେ ହେଁ’ । ଏହାର ଅର୍ଥ ‘ମୋର ବ୍ରା ସାଇଜ୍‌ ଭଗବାନ ନେଇ ଯାଉଛନ୍ତି ।ଯାହାକୁ ନେଇ ଟ୍ବିଟର୍‌ରେ ଶ୍ବେତା ତିଓ୍ବାରୀଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡୁଛି । ଏହାକୁ ନେଇ ମଧ୍ୟ ପ୍ରଦେଶ ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ରା ଯାଞ୍ଚ କରିବା ସହ ତାଙ୍କ ବିରୋଧରେ ରିପୋର୍ଟ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

wp:html /wp:html

କିନ୍ତୁ ବର୍ତ୍ତମାନ ନୂଆ ଅଡୁଆରେ ଫସି ଯାଇଛନ୍ତି  ଅଭିନେତ୍ରୀ ଶ୍ବେତା ତିୱାରୀ । ଭୋପାଲର ସ୍ଥିତ ପୋଲିସ୍‌ ଷ୍ଟେସନରେ ଶ୍ବେତାଙ୍କ ବିବାଦୀୟ ମନ୍ତବ୍ୟ ଉପରେ ମାମଲା ରୁଜୁ ହୋଇଛି । ଏନେଇ ଭୋପାଲ ପୋଲିସ୍‌ ଶ୍ବେତାଙ୍କ ଉପରେ ଆଇପିସି ଧାରା ୨୯୫(ଏ) ଆଧାରରେ ମାମଲା ରୁଜୁ କରିଛି । ଏହା ସହ ଶ୍ବେତା ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ନେଇ ସଙ୍ଗୀନ ଅଭିଯୋଗ ମଧ୍ୟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.