ଅଭିନେତ୍ରୀ ଶ୍ବେତା ତିୱାରୀଙ୍କ ଏହି ଅଭିଯୋଗ ପରେ ସ୍ବାମୀ ଅଭିନବ କୋହଲୀ ଙ୍କୁ ପୋଲିସ କଲା ଗିରଫ

Published By : Prameya-News7 Bureau | August 12, 2019 IST

ମୁମ୍ବାଇ୧୨|୮: ଫେମସ ଟିଭି ଅଭିନେତ୍ରୀ ଶ୍ବେତା ତିୱାରୀ ନିଜ ସ୍ବାମୀ ଅଭିନବ କୋହଲୀଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ କରିଛନ୍ତି। ଥାନାରେ ଅଭିଯୋଗ ଆଧାରରେ ପୋଲିସ ଅଭିନବଙ୍କୁ ଗିରଫ କରିସାରିଛି। ଶ୍ବେତା ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ବାମୀ ନିଜ ଝିଅ ସହ ମାରପିଟ୍‌ କରୁଥିଲେ। ପୋଲିସ ଷ୍ଟେସନ ବାହାରେ ଶ୍ବେତା ଏବଂ ତାଙ୍କ ଝିଅ ପଲକଙ୍କୁ କାନ୍ଦିବାର ସ୍ପଟ୍‌ କରାଯାଇଥିଲା।

{"id":143531,"width":580,"height":484}

ରିପୋର୍ଟ ଅନୁସାରେ ଅଭିନବ ନିଜ ଝିଅଙ୍କୁ ଚାପୁଡା ମାରିଥିଲେ। ଶ୍ବେତାଙ୍କ କହିବା ଅନୁସାରେ ଅଧିକାଂଶ ସମୟରେ ଅଭିନବ ମଦ ନିଶାରେ ରୁହନ୍ତି। ଗତ ବର୍ଷରୁ ଉଭୟ ବାପ-ଝିଅଙ୍କ ମଧ୍ୟରେ ଏମିତି ଖିଟ୍‌ପିଟ୍‌ ଚାଲିଛି। ଏହି ବିଷୟରେ କେବେ ମିଡିଆ ସାମ୍ନାରେ ପ୍ରକାଶ କରାଯାଇନଥିଲା। ବାହାରକୁ ଗଲେ ସମସ୍ତେ ଏକ ଭଲ ପରିବାର ଭଳି ଅଭିନୟ କରନ୍ତି।

{"id":143532,"width":566,"height":486}

କିନ୍ତୁ ଏଥର ସ୍ଥିତି ବହୁତ ଅଧିକ ବିଗିଡିଯାଇଥିଲା। ପୋଲିସ ଥାନାରେ ପଲକ ଓ ଶ୍ବେତା ତିୱାରିଙ୍କ ଉପସ୍ଥିତ ଥିବା ସମୟରେ ଅଭିନବଙ୍କୁ ପଚରାଉଚରା କରାଯାଇଥିଲା। ସେଠାରେ ମଧ୍ୟ ଅଭିନବ ନିଜ ଝିଅଙ୍କୁ ବହୁତ ଖରାପ ଭାଷାରେ ଗାଳିଦେଉଥିଲେ। ଶ୍ବେତାଙ୍କ କହିବା ଅନୁସାରେ ୨ ବର୍ଷ ତଳେ ଅଭିନବ ନିଜ ଝିଅଙ୍କୁ ମୋବାଇଲରେ ମଡେଲଙ୍କ ଅଶ୍ଳୀଳ ଫଟୋ ଦେଖାଇଥିଲେ।

{"id":143533,"width":561,"height":473}

୧୯୯୮ ମସିହାରେ ଶ୍ବେତା ତିୱାରୀ ପ୍ରଥମେ ଭୋଜପୁରୀ ଅଭିନେତା ରାଜା ଚୌଧରୀଙ୍କୁ ବିବାହ କରିଥିଲେ। ୯ ବର୍ଷ ଏକା ସହ ରହିବା ପରେ କୌଣସି କାରଣ ଯୋଗୁଁ ୨୦୦୭ ମସିହାରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା। ପଲକ ତିୱାରୀ ରାଜା ଓ ଶ୍ବେତାଙ୍କ ଝିଅ। ଏହା ପରେ ୨୦୧୩ ମସିହାରେ ଶ୍ବେତା ଅଭିନବ କୋହଲୀଙ୍କୁ  ଦ୍ବିତୀୟ ବିବାହ କରିଥିଲେ। ଶ୍ବେତା ଓ ଅଭିନବ୩ ବର୍ଷ ଡେଟ୍‌ କରିବା ପରେ ବିବାହ କରିବାର ନିଷ୍ପତ୍ତି ନେଇଥିଲେ।  ହେଲେ ଗତ ବିବାହ ଭଳି ଏଥର ମଧ୍ୟ ସେ ନିଜ ଦାମ୍ପତ୍ୟ ଜୀବନରେ ଅସଫଳ ହୋଇଛନ୍ତି।

{"id":143534,"width":566,"height":414}

 ଶ୍ବେତା ତିୱାରୀଙ୍କ ଅଭିଯୋଗ ପରେ ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି। କଶୌଟି ଜିନ୍ଦଗି କି ଧାରବାହିକରେ ଅଭିନୟ କରି ଶ୍ବେତା ଛୋଟ ପରଦାରେ ପାଦ ଦେଇଥିଲେ। ଏହି ସିରିଏଲ ଦ୍ବାରା ସେ ନିଜ କ୍ୟାରିଅର ର ଆରମ୍ଭ କରିଥିଲେ ଓ ଅନେକ ପ୍ରତିଷ୍ଠା ଲାଭ କରିଥିଲେ।

{"id":143535,"width":584,"height":328}

କଶୌଟି ଜିନ୍ଦଗି କି ଧାରାବାହିକରେ ଅଭିନୟ କରି ସେ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ। ସିରିଏଲ ବ୍ୟତୀତ ଶ୍ବେତା ଅନେକ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି। ଜଣେ ସଫଳ ଅଭିନେତ୍ରୀ ହୋଇ ମଧ୍ୟ ଶ୍ବେତା ଏବେ ପରଦାରେ ଅଧିକ ଦେଖିବାକୁ ମିଳୁନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.