ଦୁଇ ଦୁଇ ଥର ବିବାହ ବିଚ୍ଛେଦ ପରେ ଏବେ ପୁଣି ତୃତୀୟ ଥର ପ୍ରେମରେ ପଡ଼ିଲେ ଶ୍ବେତା ତିଓ୍ବାରୀ : ଜାଣନ୍ତୁ ତାଙ୍କ ପ୍ରେମ ବିଷୟରେ
5/01/2020 at 4:32 PM

ମୁମ୍ବାଇ ୫/୧: ଟିଭି ଅଭିନେତ୍ରୀ ଶ୍ବେତା ତିଓ୍ବାରୀ ନିଜ ବ୍ୟକ୍ତିଗତ ଜୀବନ ଯୋଗୁଁ ଚର୍ଚ୍ଚାରେ ରହି ଆସିଛନ୍ତି। ସ୍ବାମୀ ଅଭିନବ କୋହଲି ସହ ତାଙ୍କ ଝଗଡ଼ା ପୋଲିସ୍ ଯାଏଁ ପହଞ୍ଚିଯାଇଥିଲା। ନିକଟରେ ଏକ ସାକ୍ଷାତକାରରେ ଶ୍ବେତା ଅଭିନବଙ୍କଠୁ ଅଲଗା ହୋଇ ମୁଭ୍ ଅନ୍ କରିବା କଥା କହିଛନ୍ତି। ସେ ତୃତୀୟ ଥର ପ୍ରେମରେ ପଡ଼ିବା କଥା ମଧ୍ୟ କହିଛନ୍ତି।

ଶ୍ବେତା ତିଓ୍ବାରୀ ପ୍ରେମରେ ପଡ଼ିବା କଥାକୁ ମାନିଛନ୍ତି। ସେ କହିଛନ୍ତି ଯେ ସେ ତାଙ୍କ ପିଲାଙ୍କ ସହ ପ୍ରେମରେ ଅଛନ୍ତି। ଏବେ ତାଙ୍କ ପ୍ରାଥମିକତା ହେଉଛି ତାଙ୍କ ପୁଅ ରିୟାଂଶ କୋହଲି ଏବଂ ଝିଅ ପଲକ ତିଓ୍ବାରୀ। ସେ ତାଙ୍କ ମୂଲ୍ୟବାନ୍ ସମୟ ଏମାନଙ୍କ ବ୍ୟତୀତ ଆଉ କାହାକୁ ଦେବାକୁ ଚାହୁଁନାହାନ୍ତି।

ସେ ତାଙ୍କ ବିବାହ ବିଚ୍ଛେଦ କଥା ମଧ୍ୟ କହିଥିଲେ । ଶ୍ବେତା କହିଛନ୍ତି,‘ଜୀବନରେ ଅସଫଳ ହୋଇଥିବା ଅନେକ ଲୋକ ଆଖପାଖରେ ଅଛନ୍ତି। ସେ ସବୁବେଳେ ସଫଳ ବ୍ୟକ୍ତିଙ୍କୁ ଆଙ୍ଗୁଠି ଦେଖାଇଥାଆନ୍ତି କାରଣ ତାଙ୍କୁ ଲାଗେ ଯେ ସେମାନେ କିଛି କରି ପାରିବେ ନାହିଁ ଯଦି ସଫଳ ବ୍ୟକ୍ତିଙ୍କୁ ଅପମାନିତ କରିବେ।’

ଶ୍ବେତା ୧୯୯୮ମସିହାରେ ରାଜା ଚୌଧୁରୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ଝିଅ ପଲକ ତିଓ୍ବାରୀ ଅଛନ୍ତି। କିନ୍ତୁ ଉଭୟେ ୨୦୧୩ମସିହାରେ ଅଲଗା ହୋଇ ଯାଇଥିଲେ। ପରେ ଶ୍ବେତା ଅଭିନବ କୋହଲିଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ପୁଅ ରିୟାଂଶ କୋହଲି ଅଛନ୍ତି।

ଶ୍ବେତା ଏବେ ଧାରାବାହିକ ‘ମେରେ ଡ୍ୟାଡ କି ଦୁଲହନ’ରେ ନଜର ଆସୁଛନ୍ତି। ଏହି ଶୋ ରେ ସେ ବରୁଣ ବଡୋଲାଙ୍କ ଲଭ ଇଣ୍ଟେଷ୍ଟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଶୋ ଟି ଧୀରେ ଧୀରେ ଦର୍ଶକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରୁଛି।
