Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଭଲ ନାହିଁ କି ମା-ଝିଅଙ୍କ ସମ୍ପର୍କ ? ଅଭିନେତ୍ରୀ ଶ୍ବେତା ତିଓ୍ବାରୀଙ୍କ ବିରୁଦ୍ଧରେ ସୋସିଆଲ ମିଡିଆରେ ବିଷ ଓଗାଳିଲେ ତାଙ୍କ ଝିଅ ପଲକ

16/05/2020 at 7:50 PM

ମୁମ୍ବାଇ ୧୬/୫: ଛୋଟ ପରଦାର ସବୁଠୁ ପ୍ରସିଦ୍ଧ ଅଭିନେତ୍ରୀ ଶ୍ବେତା ତିଓ୍ବାରୀ ଏବେ ନିଜ ପର୍ସନାଲ୍ ଳାଇଫକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଯୋଗ୍ୟ ଜୀବନସାଥୀଙ୍କ ମାମଲାରେ ପୁଣି ଥରେ ଶ୍ବେତାଙ୍କୁ ଭାଗ୍ୟ ସାଥ ଦେଲା ନାହିଁ। ସେ ନିଜ ଦ୍ବିତୀୟ ସ୍ବାମୀ ଅଭିନବ କୋହଲିଙ୍କଠୁ ପୂରାପୂରି ଅଲଗା ହୋଇଯାଇଛନ୍ତି। ଦୁଇ ପିଲାଙ୍କ ଦାୟିତ୍ବ ସେ ଏକା ଉଠାଉଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଶ୍ବେତା ତିଓ୍ବାରୀ ଏବଂ ତାଙ୍କ ଝିଅ କଥାବାର୍ତ୍ତା କରିଥିଲେ ଏବଂ ପରସ୍ପରର ରହସ୍ୟ ଖୋଲିଥିଲେ।

୧୯ବର୍ଷର ଝିଅ ପଲକଙ୍କୁ ନେଇ ଶ୍ବେତା ସବୁବେଳେ ଚିନ୍ତାରେ ଥାଆନ୍ତି,ଯାହା ସ୍ବାଭାବିକ। ଶ୍ବେତା କହିଛନ୍ତି ଯେ ଲକଡାଉନରେ ପଲକ ନିଜ ବନ୍ଧୁଙ୍କ ସହ ଫେସ୍ ଟାଇମ୍ ଏବଂ ଚାଟିଂରେ ସବୁବେଳେ ବ୍ୟସ୍ତ ରହୁଥିଲେ। କିନ୍ତୁ କିଛି ଦିନ ହେଲା ତାଙ୍କ ମନ ଏଥିରୁ ପୂରାପୂରି ଭରି ଯାଇଛି ଏବଂ ସେ ଏବେ ତାଙ୍କ ସହ ସମୟ ବିତାଉଛନ୍ତି। ମାଙ୍କ କଥା ଶୁଣି ପଲକ କହିଥିଲେ ଯେ ଶ୍ବେତା ଏବେ ତାଙ୍କ ଉପରେ ଲୁଚି ଛପି ନଜର ରଖୁଛନ୍ତି। ପଲକ ଯେତେବେଳେ ୧୫ବର୍ଷର ଥିଲେ ସେତେବେଳେ ଶ୍ବେତା ଭାବୁଥିଲେ ଯେ ସେ ପଲକଙ୍କୁ ସ୍ନାପଚ୍ୟାଟ୍ ବ୍ୟବହାର କରିବାକୁ ଦେବେ କି ନାହିଁ। ଏହା ପରେ ସେ ତାଙ୍କ ଝିଅଙ୍କ ଉପରେ ନଜର ରଖିବାକୁ ନିଜର ଫେକ୍ ଆକାଉଣ୍ଟ୍ କରିଥିଲେ ଏବଂ ସେଥିରେ ନିଜ ଝିଅକୁ ଯୋଡ଼ିଥିଲେ।

ପଲକ କହିଥିଲେ ଯେ ଏହି ଆକାଉଣ୍ଟ ଶ୍ବେତା ତାଙ୍କ ବର୍ଷକର ସାନ ଭାଇ ରିୟାଂଶ କୋହଲିଙ୍କ ନାଁରେ କରିଥିଲେ। ଶ୍ବେତା କହିଥିଲେ ଯେ ତାଙ୍କୁ ଏହାର ପାସଓ୍ବାର୍ଡ଼ ମନେ ରହୁନଥିଲା ତେଣୁ ସେ ସିମ୍ପଲ୍ ଆକାଉଣ୍ଟ ଏବଂ ପାସଓ୍ବାର୍ଡ଼ କରିଥିଲେ।

ସେହିପରି ଦେଖିବାକୁ ଗଲେ ମା-ଝିଅଙ୍କ ବଣ୍ଡିଂ ଅଲଗା ପ୍ରକାରର। ଉଭୟଙ୍କୁ ପରସ୍ପରର ବେଷ୍ଟ ଫ୍ରେଣ୍ଡ ଭଳି ଦେଖାଯାଇଥାଏ। ସୋସିଆଲ ମିଡିଆରେ ମଧ୍ୟ ଉଭୟଙ୍କ ଫଟୋ ଖୁବ୍ ଚର୍ଚ୍ଚାରେ ରହିଥାଏ।  

   Related Posts