ଶ୍ବେତାଙ୍କ ଝିଅ ପଲକଙ୍କ ଫଟୋରେ ଫିଦା ହେଲେ ଦର୍ଶକ : କହିଲେ ଆରମ୍ଭ କରନ୍ତୁ ମଡେଲିଂ

Published By : Prameya-News7 Bureau | June 08, 2020 IST

ମୁମ୍ବାଇ ୮/୬: ଶ୍ବେତା ତିଓ୍ବାରୀଙ୍କ ଝିଅ ପଲକ ତିଓ୍ବାରୀ ସୋସିଆଲ୍ ମିଡିଆରେ ସବୁବେ​‌ଳେ ଆକ୍ଟିଭ ରୁହନ୍ତି। ସେ ସବୁବେଳେ ନିଜ ଫଟୋକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏବେ ନିକଟରେ ପଲକ ନିଜର କିଛି ଫଟୋକୁ ନେଇ ସୋସିଆଲ୍ ମିଡିଆରେ ଛାଇ ଯାଇଛନ୍ତି। ଏହି ଫଟୋ ଗୁଡ଼ିକ ପଲକ ନିଜ ଘରେ କ୍ଲିକ୍ କରିଛନ୍ତି। ପଲକ ଆନିମଲ୍ ପ୍ରିଣ୍ଟର ଟପ୍ ପିନ୍ଧିଛନ୍ତି। ଏହି ବୋଲ୍ଡ ଟପରେ ପଲକ ଖୁବ୍ ହଟ୍ ଲାଗୁଛନ୍ତି ଏବଂ ତାଙ୍କ ଏକ୍ସପ୍ରେସନ୍ ମଧ୍ୟ ଏପରି ରହିଛି ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି।

wp:core-embed/instagram {"url":"https://www.instagram.com/p/CAyCR92njvN/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CAyCR92njvN/?utm_source=ig_embed
/wp:core-embed/instagram

ପ୍ରଶଂସକଙ୍କୁ ପଲକଙ୍କ ଗ୍ଲାମରସ୍ ଅନ୍ଦାଜ ଖୁବ୍ ପସନ୍ଦ ଆସିଛି। ସମସ୍ତେ ଏହି ପୋଷ୍ଟରେ ତାଙ୍କ ସୌନ୍ଦର୍ଯ୍ୟର ଖୁବ୍ ତାରିଫ କରିଛନ୍ତି। ଆଉ କେତେକ ୟୁଜର କହିଛନ୍ତି ଯେ ତାଙ୍କୁ ମଡେଲିଂ ଏବଂ ଫିଲ୍ମରେ ଟ୍ରାଇ କରିବା ଉଚିତ୍।

wp:core-embed/instagram {"url":"https://www.instagram.com/p/CAfbaXoH80r/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CAfbaXoH80r/?utm_source=ig_embed
/wp:core-embed/instagram

 ପଲକ ଏହା ପୂର୍ବରୁ ବେଡରୁମରେ ନିଜର କିଛି ଫଟୋ ସେୟାର କରିଥିଲେ। ପଲକଙ୍କ ଏହି ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା। କେବଳ ଏତିକି ନୁହେଁ,ଏକତା ମଧ୍ୟ ପଲକଙ୍କ ଏହି ଫଟୋର ଅନେକ ପ୍ରଶଂସା କରିଥିଲେ।

wp:core-embed/instagram {"url":"https://www.instagram.com/p/CAk8c3YHb43/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CAk8c3YHb43/?utm_source=ig_embed
/wp:core-embed/instagram

ପଲକ ନିକଟରେ ଏକ ସାକ୍ଷାତକାରରେ ମାଆ ଶ୍ବେତାଙ୍କୁ ନେଇ କହିଥିଲେ,‘ ତାଙ୍କୁ ତାଙ୍କ ମାଆଙ୍କ ଉପରେ ଗର୍ବ ଅନୁଭବ ହୁଏ। ଯେତେବେଳେ ସେ ତାଙ୍କ ସ୍କୁଲକୁ ଟିଚର ମିଟିଂକୁ ଆସୁଥିଲେ ସେତେବେଳେ ତାଙ୍କୁ ଗର୍ବ ଅନୁଭବ ହେଉଥିଲା। ଏହାର କାରଣ ନଥିଲା ଯେ ସେ ବହୁତ ଲୋକପ୍ରିୟ ଥିଲେ ବରଂ ଶ୍ବେତା ଜଣେ ଷ୍ଟ୍ରଙ୍ଗ୍ ମହିଳା ବୋଲି ସେ ଗର୍ବ ଅନୁଭବ କରିଥିଲେ।’

{"id":283090,"sizeSlug":"large"}

ପଲକ କହିଥିଲେ ‘ତାଙ୍କ ବ୍ୟକ୍ତିଗତ ଜୀବନରେ ସେମାନେ ଅନେକ ଥର ପରସ୍ପର ସହ ଝଗଡ଼ା କରିଛନ୍ତି। ପଲକ ତାଙ୍କୁ ସବୁ ସମସ୍ୟାର ସମ୍ମୁଖୀନ ହୋଇଥିବାର ଦେଖିଛନ୍ତି। ’

{"id":283091,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.