ଶ୍ବେତା ତିୱାରୀଙ୍କ ଝିଅ ପଲକ ଖୋଲିଲେ ରାଜ, ପୋଷ୍ଟ କଲେ ସାବତ ପିତାଙ୍କ କାରନାମା…
14/08/2019 at 1:31 PM

ମୁମ୍ବାଇ୧୪|୮: ଫେମସ ଟିଭି ଅଭିନେତ୍ରୀ ଶ୍ବେତା ତିୱାରୀଙ୍କ ପରିବାରିକ କଳହ ଥାନାରେ ପହଞ୍ଚିବା ସହ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।।ପରିବାରର ମାମଲା ଥାନା ଯାଏଁ ପହଞ୍ଚିସାରିଛି।ଶ୍ବେତାଙ୍କ ପରିବାର ବିଷୟରେ ସୋସିଆଲ ମିଡିଆରେ ବିଭିନ୍ନ ଚର୍ଚ୍ଚା ହେଉଛି। ହେଲେ ଶ୍ବେତା ଓ ତାଙ୍କ ଝିଅ ସହ ପ୍ରକୃତରେ କଣ ହୋଇଛି ତାହା ବହୁତ କମ ଲୋକେ ଜାଣନ୍ତି। ଚଳିତ ମାସ ୧୨ ତାରିଖରେ ପୋଲିସ ଶ୍ବତାଙ୍କ ସ୍ବାମୀ ଅଭିନବ କୋହଲୀଙ୍କୁ ଗିରଫ କରିଥିଲା।ତେବେ ଏବେ ସେ ଜାମିନରେ କଲାସ ହୋଇଛନ୍ତି । ନିଜ ସାବତ ଝିଅକୁ ମାରପିଟ କରିବା ସହ ଅଭଦ୍ର ବ୍ୟବହାର କରୁତିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଶ୍ବେତା ନିଜ ସ୍ବାମୀ ବିରୋଧରେ ଘରୋଇ ହିଂସାର ଅଭିଯୋଗ କରିଥିଲେ। ଥାନାରେ ଅଭିଯୋଗ ଆଧାରରେ ପୋଲିସ ଅଭିନବଙ୍କୁ ଗିରଫ କରିଥିଲେ। ତାଙ୍କ ସ୍ବାମୀ ନିଜ ଝିଅ ସହ ମାରପିଟ୍ କରୁଥିଲେ ବୋଲି ଶ୍ବେତା ଅଭିଯୋଗ କରିଥିଲେ । ପୋଲିସ ଷ୍ଟେସନ ବାହାରେ ଶ୍ବେତା ଏବଂ ତାଙ୍କ ଝିଅ ପଲକଙ୍କୁ ମଧ୍ୟ ସ୍ପଟ୍ କରାଯାଇଥିଲା।

ତେବେ ଏହି ବିଷୟରେ ଅନେକ ଚର୍ଚ୍ଚା ହୋଇଥିବାରୁ ଶ୍ବେତାଙ୍କ ଝିଅ ପଲକ ତିୱାରୀ ସୋସିଆଲ ମିଡିଆରେ ଏକ ଲେଖା ପୋଷ୍ଟ କରିଛନ୍ତି। ପଲକ ଇନ୍ଷ୍ଟାଗ୍ରାମରେ ଏକ କଳା ଫଟୋ ସେୟାର କରିଛନ୍ତି। ସେ ନିଜ ଭାବନା ପ୍ରକାଶ କରି ଅନେକ କଥା ଲେଖିଛନ୍ତି।ସେ କହିଛନ୍ତି ଯେ, ମିଡିଆ ଲୋକଙ୍କ ସାମ୍ନାକୁ କେବେ ପ୍ରକୃତ ଘଟଣା ଆଣିପାରିବ ନାହିଁ । କାରଣ ଘଟଣା ପଛରେ କଣ ହେଉଛି ତାହା କେହି ଜାଣିନଥାନ୍ତି।ନିଜ ପୋଷ୍ଟ ଦ୍ବାରା ପଲକ ପୂରା ଘଟଣା ପ୍ରକାଶ କରିଛନ୍ତି।

ଲୋକଙ୍କ ସପୋର୍ଟ ଓ ଚିନ୍ତା ପାଇଁ ପୋଷ୍ଟରେ ପଲକ ପ୍ରଥମେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଏହା ସହ ସେ ଲେଖିଛନ୍ତି ଯେ, ଘଟଣା ସମ୍ବନ୍ଧିତ କିଛିଟା କଥା ସେ କ୍ଲିୟର କରିବାକୁ ଚାହାନ୍ତି। ତାଙ୍କ ମାଆ ନୁହେଁ ସେ ନିଜେ ହିଁ ଅନେକ ଥର ଘରୋଇ ହିଂସାର ଶିକାର ହୋଇଛନ୍ତି। ଥାନାରେ ଅଭିଯୋଗ ହୋଇଥିବା ଦିନକୁ ଝାଡିଦେଲେ ଅଭିନବ କୋହଲୀ କେବେ ତାଙ୍କ ମାଆଙ୍କୁ ମାରିନଥିଲେ ବୋଲି ପଲକ ଲେଖିଛନ୍ତି ।ହେଲେ ମିଡିଆରେ ଦିଆଯାଇଥିବା ସୂଚନା ଅନୁସାରେ ବାହାରେ କିଛି ଅଲଗା ହିଁ ଚର୍ଚ୍ଚା ଚାଲିଛି।

ପଲକ ଲେଖିଛନ୍ତି ଯେ, କାହା ପରିବାର ବିଷୟରେ ସଠିକ୍ ଜିନିଷ ନଜାଣି କିଛି ଲେଖିବା ଅନୁଚିତ୍।ଯାହାର ଚର୍ଚ୍ଚା ଏବେ ଜୋରସୋରରେ ଚାଲିଛି। କୌଣସି ବିଷୟରେ ପୂରା କଥା ନଜାଣି ସେହି ଘଟଣାରେ ଆଲୋଚନା କରିବା ଅନୁଚିତ୍। ସେ ଲେଖିଛନ୍ତି ଯେ, ଅନ୍ୟମାନଙ୍କ ଜୀବନ ଉପରେ କିଛି କମେଣ୍ଟ ଦେବାର ଅଧିକାର କାହାକୁ ଦିଆଯାଇନାହିଁ।

ତାଙ୍କ ଲେଖା ଅନୁସାରେ ସାବତ ପିତା ଅଭିନବ କୋହଲୀ ତାଙ୍କୁ କେବେ ଶାରୀରିକ ନିର୍ଯ୍ୟାତନା ଦେଇନାହାନ୍ତି । ତେଣୁ ଏଭଳି ଚର୍ଚ୍ଚା ବନ୍ଦ ହେବା ନିହାତି ଜରୁରୀ । କାରଣ ଏହା ତାଙ୍କ ମାଆ ଓ ପରିବାର ଉପରେ ଖରାପ ପ୍ରଭାବ ପକାଉଛି। ଏହା ବ୍ୟତୀତ ପଲକ ନିଜ ମାଆ ଶ୍ବେତାଙ୍କୁ “ବେଷ୍ଟ ଓ ଷ୍ଟ୍ରଙ୍ଗେଷ୍ଟ ଲେଡି” ବୋଲି କହି ତାଙ୍କୁ ସବୁଠୁ ଅଧିକ ସମ୍ମାନ ଦିଅନ୍ତି ଓ ସେ ଏହାର ହକ୍ଦାର ବୋଲି କହିଛନ୍ତି। ରିପୋର୍ଟ ଅନୁସାରେ ଅଭିନବ କୋହଲୀଙ୍କୁ ଏବେ ଜାମିନ ମିଳିଯାଇଛି ଓ ସେ ଜେଲ୍ରୁ ବାହାରିସାରିଛନ୍ତି।