Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ହାଇକୋର୍ଟ ପହଞ୍ଚିଲେ ଶ୍ୱେତାଙ୍କ ସ୍ୱାମୀ ଅଭିନବ କୋହଲି, ସୁଟିଂ ଛାଡି ମୁମ୍ବାଇ ଫେରିବେ ଅଭିନେତ୍ରୀ

15/05/2021 at 5:31 PM

ନୂଆଦିଲ୍ଲୀ ୧୫/୦୫: ଅଭିନେତ୍ରୀ ଶ୍ୱେତା ତିୱାରୀ ଗତ କିଛି ଦିନରୁ ତାଙ୍କ ସ୍ୱାମୀ ଅଭିନବଙ୍କ ସହ ଚାଲିଥିବା ବିବାଦକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ସମୟରେ ଶ୍ୱେତା ଅଭିନବ କୋହଲିଙ୍କ କିଛି ଭିଡିଓ ସେୟାର କରିଥିଲେ ଯେଉଁଥିରେ ଅଭିନେତ୍ରୀଙ୍କ ସ୍ୱାମୀ ପୁଅ ରେୟାଂଶଙ୍କୁ ଜୋର ଜବରଦସ୍ତି ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅନେକ ସେଲିବ୍ରେଟ୍ ଅଭିନବଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ବର୍ତ୍ତମାନ ଅଭିନବ କୋହଲି ମୁମ୍ବାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

PunjabKesari

ସୂଚନା ଅନୁଯାୟୀ, ଅଭିନବ ତାଙ୍କ ପୁଅ ରେୟାଂଶକୁ ଖୋଜିବା ପାଇଁ ବାଇକର୍ଟଙ୍କୁ ନିବେଦନ କରିଛନ୍ତି। ଏହି ମାମଲାରେ ଅଭିନବଙ୍କୁ ମଧ୍ୟ ହାଇକୋର୍ଟ ଅନୁମୋଦନ କରିଛନ୍ତି। ଅଭିନବ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଏ ବିଷୟରେ ସୂଚନା ଦେଇଛନ୍ତି। ଅଭିନବ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ‘ମୁଁ କୃତଜ୍ଞ’, ମେ ୧୧ ରେ ହାଇକୋର୍ଟ ମୋତେ ଶୁଣାଣିର ସୁଯୋଗ ଦେଇଥିଲେ। ମୁଁ ଅପେକ୍ଷା କରିଥିଲି ତାଙ୍କ ଆଦେଶ ସରକାରୀ ୱେବସାଇଟରେ ପ୍ରକାଶିତ ହେବା ପାଇଁ । ‘

ଅଭିନବ ଆହୁରି ଲେଖିଛନ୍ତି, ‘ମୋର ଓକିଲ ହାଇକୋର୍ଟଙ୍କୁ କହିଛନ୍ତି ଯେ ଶ୍ୱେତା ଦକ୍ଷିଣ ଆଫ୍ରିକା ଯାଇଛନ୍ତି। ପିଲାର ଦେହ ଭଲ ନାହିଁ ଏବଂ ତାର ଯତ୍ନ ନେବାପାଇଁ ସେ ଏଠାରେ ନାହାଁନ୍ତି । ଶ୍ୱେତାଙ୍କ ଓକିଲ ଏହା ମଧ୍ୟ କହିଛନ୍ତି ଯେ ଶ୍ୱେତା କାମ କରିବାକୁ ଦକ୍ଷିଣ ଆଫ୍ରିକା ଯାଇଛନ୍ତି।  କୋର୍ଟ ମୋର ଓକିଲଙ୍କୁ ଆଦେଶ ଦେଇଛନ୍ତି କି ସମସ୍ତ କଥା ଲିଖିତ ଆକାରରେ ଏକ ସପ୍ତାହ ମଧ୍ୟରେ ଦାଖଲ କରିବେ ଏବଂ ଏହାର ଏକ ସପ୍ତାହ ମଧ୍ୟରେ ଶ୍ୱେତାଙ୍କ ଓକିଲ ଜବାବ ଦାଖଲ କରିବେ। ତା’ପରେ ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ସପ୍ତାହରେ, ଆମେ କୋର୍ଟରେ ହାଜର ହୋଇପାରୁ ।

PunjabKesari

ଶ୍ୱେତା ତିୱାରୀ ବର୍ତ୍ତମାନ କେପଟାଉନରେ ଖତ୍ରୋଁ କେ ଖିଲାଡି ୧୧ ର ସୁଟିଂ କରୁଛନ୍ତି। ଅଭିନବଙ୍କ ପଦକ୍ଷେପ ସହିତ ଶ୍ୱେତାଙ୍କୁ ସୁଟିଂ ଛାଡି ମୁମ୍ବାଇ ଫେରିବାକୁ ପଡିବ ବୋଲି ଜଣାପଡୁଛି।

   Related Posts