ସୁଶାନ୍ତ ସିଂହଙ୍କ ପାଇଁ ୧୫ ତାରିଖରେ ହେବ ଗ୍ଲୋବାଲ ପ୍ରେୟାର, ସାମିଲ ହେବାକୁ ଲୋକଙ୍କୁ ଅପିଲ କଲେ ଭଉଣୀ

Published By : Prameya-News7 Bureau | August 14, 2020 IST

ମୁମ୍ବାଇ ୧୪/୦୮ : ସୁଶାନ୍ତ ସିଂହ ରାଜପୁତଙ୍କ ନିଧନକୁ ୨ ମାସ ହୋଇଯାଇଛି | ଜୁନ ୧୪ ତାରିଖରେ ତାଙ୍କର ନିଧନ ହୋଇଥିଲା | ତାଙ୍କ ମୃତ୍ୟୁ ଏବେ ମଧ୍ୟ ପ୍ରଶ୍ନ ଘେରରେ ରହିଛି | ସୁଶାନ୍ତ ସିଂହଙ୍କ ମୃତ୍ୟୁ କାହିଁକି ଏବଂ କିପରି ହୋଇଛି ତାହା ପୁରା ଦେଶ ଜାଣିବାକୁ ଚାହୁଁଚି | ସୁଶାନ୍ତ ସିଂହଙ୍କ ପରିବାର ପାଟନାରେ ମାମଲା ରୁଜ୍ଜୁ କରିବା ପରେ ତାଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି |

{"id":314414,"sizeSlug":"large"}

ଏହି ମାମଲାରେ ପ୍ରତିଦିନ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସୁଛି | ସୁଶାନ୍ତଙ୍କ ନିଧନକୁ ଦୁଇ ମାସ ହେବାରୁ ତାଙ୍କ ଭଉଣୀ ଶ୍ଵେତା ସିଂହ କୀର୍ତ୍ତି ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରିଛନ୍ତି | ଭାଇ ପାଇଁ ଅଗଷ୍ଟ ୧୫ ତାରିଖରେ ହେବାକୁଥିବା ଗ୍ଲୋବାଲ ପ୍ରେୟାର ସମ୍ପର୍କରେ କହିଛନ୍ତି | ଏହି ଗ୍ଲୋବାଲ ପ୍ରେୟାରରେ ସାମିଲ ହେବାପାଇଁ ସେ ଲୋକଙ୍କୁ ଅପିଲ କରିଛନ୍ତି | 

wp:core-embed/instagram {"url":"https://www.instagram.com/p/CD2aH5flLz9/","type":"rich","providerNameSlug":"instagram","className":""}
https://www.instagram.com/p/CD2aH5flLz9/
/wp:core-embed/instagram

ଭାଇକୁ ମନେପକାଇ ଭଉଣୀ ଇନ୍ସଟାଗ୍ରାମରେ ଏକ ଏମୋସନାଲ ମେସେଜ ଲେଖିଛନ୍ତି | ଦୁଇ ମାସ ହୋଇଗଲା ସେ ନିଜ ପରିବାରକୁ ଛାଡି ଚାଲିଯାଇଛନ୍ତି ଏବଂ ପରିବାରଲୋକ ସତ ଜାଣିବା ପାଇଁ ଏବେ ଯାଏଁ ଲଢ଼ୁଛନ୍ତି ବୋଲି ସେ ଲେଖିଛନ୍ତି | ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଏହି ଗ୍ଲୋବାଲ ପ୍ରେୟାରରେ ସାମିଲ ହେବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି | ଏହି ଗ୍ଲୋବାଲ ପ୍ରେୟାର ଅଗଷ୍ଟ ୧୫ ତାରିଖ, ଶନିବାର ଦିନ ସକାଳ ୧୦ଟା ସମୟରେ ହେବ |

wp:core-embed/instagram {"url":"https://www.instagram.com/p/CD3AyUEl1fO/","type":"rich","providerNameSlug":"instagram","className":""}
https://www.instagram.com/p/CD3AyUEl1fO/
/wp:core-embed/instagram

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.