Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୪ ବର୍ଷ ପ୍ରେମ…କିନ୍ତୁ ବିବାହ ତିଷ୍ଠିଲାନି ବର୍ଷେ, କାହିଁକି ଅଲଗା ହେଲେ ଏହି ଚର୍ଚ୍ଚିତ ଯୋଡି

11/12/2019 at 3:01 PM

ମୁମ୍ବାଇ୧୧|୧୨: ବଲିଉଡ ସହ ସାଉଥ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ଶ୍ୱେତା ବସୁ ପ୍ରସାଦ। ଫିଲ୍ମ ‘ମକ୍‌ଡ଼ୀ’ରେ ଶ୍ୱେତାଙ୍କ ଅଭିନୟ ବେଶ୍ ପ୍ରଶଂସନୀୟ ଥିଲା। ଏଥିରେ ସେ ଜଣେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ଦର୍ଶକ ତାଙ୍କର ଏହି ଭୂମିକା ଖୁବ ପସନ୍ଦ କରିଥିଲେ। ସେହିପରି ‘ଇକ୍‌ବାଲ୍’ ଫିଲ୍ମରେ ମଧ୍ୟ ସେ ଶିଶୁ କଳାକାର ଭାବେ ଅଭିନୟ କରି ବଲିଉଡରେ ଫେମସ ହୋଇଥିଲେ।

‘ବଦ୍ରିନାଥ କି ଦୁଲହନିଆ’, ‘ମର୍ଦ୍ କୋ ଦର୍ଦ୍ ନହିଁ ହୋତା’ ଭଳି ଫିଲ୍ମରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ଶ୍ବେତା। ଶେଷ ଥର ପାଇଁ ଶ୍ବେତା ବଲିଉଡ ଫିଲ୍ମ ‘ବଦ୍ରିନାଥ କି ଦୁଲହନିଆ’ରେ ନଜର ଆସିଥିଲେ। ଅନେକ ତେଲୁଗୁ ଓ ତାମିଲ ଫିଲ୍ମରେ ମଧ୍ୟ ଅଭିନୟ କରି ଶ୍ବେତା ବେଶ ପ୍ରତିଷ୍ଠା ହାସଲ କରିଛନ୍ତି।

ତେବେ ଶ୍ବେତାଙ୍କ ବାହାଘର କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। କାରଣ ଏହା ଏକ ସିକ୍ରେଟ୍‌ ମ୍ୟାରେଜ ଥିଲା। ଗତବର୍ଷ ଡିସେମ୍ବର ୧୩ ତାରିଖରେ ଅଭିନେତ୍ରୀ ଶ୍ୱେତା ବସୁ ପ୍ରସାଦ ଓ ଫିଲ୍ମ ନିର୍ମାତା ରୋହିତ ମିତ୍ତଲଙ୍କୁ ବିବାହ କରିଥିଲେ । ହେଲେ ବର୍ଷେ ବି ଉଭୟଙ୍କ ବାହାଘର ତିଷ୍ଠିଲାନି । ନିକଟରେ ସ୍ୱାମୀ ରୋହିତ ମିତ୍ତଲଙ୍କଠାରୁ ଅଲଗା ହେବା ନେଇ ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି ଶ୍ବେତା । ଶ୍ୱେତା ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ପୋଷ୍ଟ୍ କରି ଏହି ବିଷୟରେ ଘୋଷଣା କରିଛନ୍ତି। ଉଭୟ ଆପସ ବୁଝାମଣା କରି ଏହି ନିଷ୍ପତ୍ତି ନେଇଛନ୍ତି।

ଶ୍ବେତା ସୋସିଆଲ ମିଡିଆରେ ରୋହିତଙ୍କ ସହ ତାଙ୍କ ଜୀବନର କିଛି ଅଭୁଲା ସ୍ମୃତି ପାଇଁ ରୋହିତ ମିତ୍ତଲଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏବଂ ତାଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଗତ ବର୍ଷ ଡିସେମ୍ବର ୧୩ରେ ଶ୍ୱେତା ଓ ଫିଲ୍ମ ନିର୍ମାତା ରୋହିତ ମିତ୍ତଲଙ୍କ ବିବାହ ପୁନେର ଏକ ହୋଟେଲ୍‌ରେ ହୋଇଥିଲା। ବଙ୍ଗୀୟ ରୀତିନୀତିରେ ଉଭୟଙ୍କର ବିବାହ ହୋଇଥିଲା।

ସୋସିଆଲ ମିଡିଆରେ ବିବାହ ଫଟୋ ଲିକ୍‌ ହେବା ପରେ ଉଭୟଙ୍କ ବିବାହ ବିଷୟରେ ସମସ୍ତେ ଜାଣିଥିଲେ।  ଶ୍ୱେତା ଏଭଳି ଲୁଚିଛପି ବାହାହେବା କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ମାସ ତଳେ ଶ୍ୱେତା ଓ ରୋହିତ ଛୁଟି କାଟିବାକୁ ଇଟାଲୀ ଯାଇଥିଲେ। ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏହି ଫଟୋରେ ସେମାନେ ବେଶ୍ ଖୁସି ଥିବା ଜଣାପଡ଼ୁଥିଲା। ହେଲେ ଶ୍ୱେତାଙ୍କ ଇନ୍‌ଷ୍ଟାଗ୍ରାମ୍ ପୋଷ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

   Related Posts