Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ମୁଁ ଅବସର ନେଉଛି ! ପି ଭି ସିନ୍ଧୁଙ୍କ ଏମିତି tweetରେ ପ୍ରଶଂସକ ହତବାକ୍‌, ସଟଲ କ୍ୱିନ୍‌ କହିଲେ ଛାଡିନି ଖେଳ

2/11/2020 at 4:29 PM

ନୂଆଦିଲ୍ଲୀ ୨।୧୧: ଅଲିମ୍ପିକ୍‌ରେ ଦେଶ ଲାଗି ରଜତ ପଦକ ବିଜେତା ବ୍ୟାଡମିଣ୍ଟନ ଖେଳାଳି ପି.ଭି.ସିନ୍ଧୁ ସୋମବାର ଅଚାନ କ୍ରିଡା ଜଗତକୁ ହତବାକ୍ କରିଦେଇଛନ୍ତି। ତେବେ ତାଙ୍କର ଏକ ଟ୍ୱିଟ୍‌କୁ ନେଇ କିଛି ସମୟ ଲାଗି ଏଭଳି ଦ୍ୱନ୍ଦ୍ୱ ଉପୁଜିଛି। ଯେଉଁଥିରେ ସେ ଅବସର କଥା ଉଲ୍ଲେଖ କରିଛନ୍ତି। ଟ୍ୱିଟ୍‌ରେ ସିନ୍ଧୁ ଏକ ଦୀର୍ଘ ନୋଟ୍‌ ପୋଷ୍ଟ କରିଥିବା ବେଳେ ଡେନମାର୍କ ଓପନ୍‌ ତାଙ୍କ ଖେଳର ଶେଷ ଶୃଙ୍ଖଳ ବୋଲି ଉଲ୍ଲେଖ କରିବା ସହ ‘ଆଇ ରିଟାୟାର’ ବୋଲି ଉଲ୍ଲେଖ କରିଛନ୍ତି।

ରିଓ ଅଲିମ୍ପିକ ରୌପ୍ୟ ପଦକ ବିଜେତା ଡେନମାର୍କ ତାଙ୍କ ଶେଷ ଶୃଙ୍ଖଳ ଉଲ୍ଲେଖ କରିଥିଲେ ମଧ୍ୟ ବ୍ୟାଡମିଣ୍ଟନରୁ ଅବସର ନେଇ ନାହାନ୍ତି। ସେ କୋଭିଡ-୧୯ ଆକ୍ରାନ୍ତ ହୋଇଥିବା ବେଳେ ଏଥିରୁ ମୁକ୍ତି ସମ୍ପର୍କରେ ସିନ୍ଧୁ ତାଙ୍କ ଫ୍ୟାନଙ୍କୁ ଜଣାଇବା ଲାଗି ଏହି ପୋଷ୍ଟଟି କରିଛନ୍ତି। ଯେଉଁଥିରେ କରୋନା ଭାଇରସ ମହାମାରୀ ତାଙ୍କ ‘ ଆଖି ଖୋଲିଦେଇଛି’ ବୋଲି ଉଲ୍ଲେଖ କରିଛନ୍ତି। ଗତ କିଛି ସମୟ ହେଲା ତାଙ୍କ ମନଦସା ଭଲ ନଥିବା ଓ ଏବେ ପ୍ରକୃତିସ୍ଥ ହୋଇଥିବା ଉଲ୍ଲେଖ କରିଛନ୍ତି। ଏଣୁ ନିଜର ଭାବନା ଜଣାଇବାକୁ ଚାହାନ୍ତି ବୋଲି ଲେଖିଛନ୍ତି ସିନ୍ଧୁ। ସେ ତାଙ୍କ ବିପରୀତରେ ଯେମିତି ବି ଦକ୍ଷ ଖେଳାଳି ଥାନ୍ତୁ ନା କାହିଁକି ତାଙ୍କୁ ନିଶ୍ଚିତ ପରାସ୍ତ କରିପାରିବେ। ହେଲେ ଆଖିକୁ ଦେଖା ଯାଉନଥିବା ଭୂତାଣୁ ବିରୋଧରେ ତାଙ୍କର ଲଢେଇ ସମ୍ପର୍କରେ ସୂଚିତ କରିଛନ୍ତି।

ସେହିପରି ଡେନମାର୍କ ଓପନରେ ଦେଶ ଲାଗି ପ୍ରତିନିଧିତ୍ୱ କରି ନ ପାରିବା ତାଙ୍କର ଶେଷ ଶୃଙ୍ଖଳା ଥିଲା ବୋଲି  ମଧ୍ୟ ଲେଖିଛନ୍ତି। ଗତ କିଛି ସମୟ ହେଲା ମୋ ଭାବନା ବ୍ୟକ୍ତ କରିବାକୁ ମୁଁ ଚାହୁଁଥିଲି। ମୁଁ ଜାଣିଛି ଏହାର ମୁକାବିଲା ଲାଗି ସଂଘର୍ଷ କରୁଛି। ମୋତେ ଏବେ କିପରି ଲାଗୁଥିବ ଆପଣମାନେ ଅନୁଭବ କରିପାରୁଥିବେ। କେବଳ ଏହି କାରଣରୁ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛି ମୁଁ ଏପରି ପଦକ୍ଷେପ ନେଇଛି।

ଏଥିରେ ଯଦି ଆପଣ ବିସ୍ମିତ ହୁଅନ୍ତି, ଚକିତ ହୁଅନ୍ତି ଅଥବା ଭ୍ରମିତ ହୁଅନ୍ତି ତେବେ ଏହାପଢିବା ପରେ  ମୋ ସମ୍ପର୍କରେ  ସମ୍ପୂର୍ଣ୍ଣ ଜାଣି ସାରିଥିବେ ବୋଲି ଭାବୁଛି। ମୋତେ ଲାଗୁଛି ଏଥିରେ ମୋତେ ଆପଣମାନଙ୍କ ସମର୍ଥନ ନିଶ୍ଚିତ ମିଳିବ। ଅଲିମ୍ପିକରେ ଦେଶ ଲାଗି ରୌପ୍ୟ ଜିତିଥିବା ଏକମାତ୍ର ସଟଲର କରୋନାକୁ ହରାଇବାର ତାଙ୍କ ଅନୁଭୂତି ପତ୍ରରେ ଉଲ୍ଲେଖ କରିଛନ୍ତି ।   

ସିନ୍ଧୁଙ୍କ ଏପରି ଟ୍ୱିଟ୍‌ ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଥିରେ କେନ୍ଦ୍ର କ୍ରିଡ଼ାମନ୍ତ୍ରୀ କିରଣ ରିଜ୍ଜୁ ମଧ୍ୟ କିଛି ସମୟ ଲାଗି ଟ୍ୱିଟ୍‌ ପଢି ହତବମ୍ବ ହୋଇପଡ଼ିଥିଲେ। ତେବେ ବାସ୍ତବ ଘଟଣା ଜାଣିବା ପରେ ବାସ୍ତବରେ ତୁମେ ଆମକୁ ବଡ଼ ଝଟକା ଦେଇଛ ବୋଲି ତାଙ୍କ ଟ୍ୱିଟ୍‌ ରେ ରିଟ୍ୱିଟ୍‌ କରିଛନ୍ତି। ଆପଣଙ୍କ ମଧ୍ୟରେ ଏବେବି ସେତିକି ସାମର୍ଥ୍ୟ ଅଛି ଯାହା ଦେଶ ଲାଗି ଅନେକ ଗୌରବ ଆଣିପାରିବ ବୋଲି ଉଲ୍ଲେଖ କରିଛନ୍ତି ରିଜ୍ଜୁ।

   Related Posts