ଜିଲ୍ଲାପାଳଙ୍କ କ୍ଷମତା ବ୍ୟବହାର କଲେ ସରପଞ୍ଚ , ସ୍ଥାନୀୟ ସଂକ୍ରମଣ ଆଶଙ୍କାରୁ ୨ଟି ଗାଁକୁ ୩୧ ଯାଏଁ ସଟ୍ଡାଉନ୍
28/07/2020 at 7:43 AM

ମୋରଡ଼ା ୨୮।୦୭: କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏପରିକି କିଛି ଗାଁକୁ ସଟ୍ଡାଉନ୍ ଘୋଷଣା କରାଯାଉଛି । ଯେପରି ମୟୁରଭଞ୍ଜ ଜିଲ୍ଲ ଅମର୍ଦ୍ଦା ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ରପୁର ଓ ଭାଲିଆଗଡ଼ିଆ ଗାଁକୁ ସଟ୍ଡାଉନ୍ ଘୋଷଣା କରାଯାଇଛି । ସ୍ଥାନୀୟ ସରପଞ୍ଚ ଉପରୋକ୍ତ ଦୁଇଟି ଗାଁକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି ।
ସ୍ଥାନୀୟ ସଂକ୍ରମଣ ଆଶଙ୍କାରେ ମୟୁରଭଞ୍ଜ ଜିଲ୍ଲା ଅମର୍ଦା ପଞ୍ଚାୟତ ପୂର୍ଣ୍ଣଚନ୍ଦ୍ରପୁର ଓ ଭାଲିଆ ଗଡିଆ ଗାଁକୁ ସଟଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ । ସ୍ବାବ ଟେଷ୍ଟ ପରେ ଏହି ଦୁଇ ଗାଁରୁ ୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଣୁ ସ୍ଥାନୀୟ ସଂକ୍ରମଣ ଆଶଙ୍କା କରି ସରପଞ୍ଚ ଆସନ୍ତା ୩୧ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଦୁଇଟି ଗାଁକୁ ସଟଡାଉନ ଘୋଷଣା କରିଛନ୍ତି । ଏନେଇ ଲୋକଙ୍କୁ ସଚେତନ କରାଯିବା ସହ ସ୍ଥାନୀୟ ପୋଲିସକୁ ଏନେଇ ଅବଗତ କରାଯାଇଛି ।