କାଲିଠୁ କଟକରେ ହଟିବ ସଟ୍‌ଡାଉନ୍‌, ଖୋଲିବ ସପିଂ ମଲ୍‌

Published By : Prameya-News7 Bureau | July 12, 2020 IST

କଟକ ୧୨।୦୭: କଟକରେ କୋହଳ ହେଲା ସଟ୍ ଡାଉନ୍ କଟକଣା।  ସହରରୁ ଆସନ୍ତାକାଲିଠୁ ହଟିବ ସଟ୍‌ଡାଉନ୍‌ କଟକଣା । ସୋମବାର ଠାରୁ ସକାଳ ୫ଟାରୁ ସଂଧ୍ୟା ୬ଟା ଯାଏ ଖୋଲିପାରିବ ଦୋକାନବଜାର । କିନ୍ତୁ ସଂଧ୍ୟା ୭ଟାରୁ ତା ପରଦିନ ସକାଳ ୫ଟା ଯାଏ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ । ତେବେ ଔଷଧ ଦୋକାନ ପାଇଁ କୋହଳ ହେବ ରାତ୍ରୀକାଳୀନ କର୍ଫ୍ୟୁ । ସେହିପରି ୫୦% କର୍ମଚାରୀଙ୍କୁ ନେଇ ଚାଲି ପାରିବ ସରକାରୀ ଅଫିସ୍‌ ।  କୋଭିଡ୍‌ କଟକଣା ସର୍ତ୍ତ ସହ ସହରରେ ଖୋଲିବ ସପିଂ ମଲ୍‌ । ସମସ୍ତ ଲୋକ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ରହିଛି ।

wp:html /wp:html

ସୂଚନାଯୋଗ୍ୟ ଯେ, କଟକରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢୁଥିବାର ଦେଖି ସିଏମ୍‌ସି ଏହି କଟକଣା ଜାରି କରିଥିଲା । ପ୍ରଥମେ କଟକରେ ଜୁଲାଇ ୮ ମଧ୍ୟରାତ୍ରି ପର୍ଯ୍ୟନ୍ତ ସଟ୍‌ଡାଉନ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । କିନ୍ତୁ ଏହାପରେ ସଟ୍‌ଡାଉନ୍‌ ଅବଧିକୁ ଆଉ ୨ଦିନ ବୃଦ୍ଧି କରାଯାଇଥିଲା । ତେବେ ୧୦ ତାରିଖ ଦିନ କଟକଣା ଅବଧି ସରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଘୋଷଣା ମୁତାବିକା ୧୦ଟି ଜିଲ୍ଲାରେ ସାପ୍ତାହିକ ସଟ୍‌ଡାଉନ୍‌ ଜାରି ରହିଥିଲା । ଏହି କଟକଣା ସମୟରେ କଟକରେ ଘର ଘର ବୁଲି ସାନିଟାଇଜେସନ୍‌ କରାଯାଇଛି ।  ସାପ୍ତାହିକ ସଟ୍‌ଡାଉନ୍‌ ସରିବା ପରେ କଟକର କଟକଣା କୋହଳ କରାଯିବ । କିନ୍ତୁ କିଛିଟା କଟକଣା ଜାରି ରହିବ । ଯେପରି ସଂଧ୍ୟା ୭ଟାରୁ ତା ପରଦିନ ସକାଳ ୫ଟା ଯାଏ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ । ଔଷଧ ଦୋକାନ ପାଇଁ କୋହଳ ହେବ ରାତ୍ରୀକାଳୀନ କର୍ଫ୍ୟୁ । ସେହିପରି ୫୦% କର୍ମଚାରୀଙ୍କୁ ନେଇ ଚାଲି ପାରିବ ସରକାରୀ ଅଫିସ୍‌ । କୋଭିଡ୍‌ କଟକଣା ସର୍ତ୍ତ ସହ ସହରରେ ଖୋଲିବ ସପିଂ ମଲ୍‌ । ସମସ୍ତ ଲୋକ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.