ସଟଡାଉନ୍‌ରେ ଚାଲିଛି ଗୋ ଚାଲାଣ: ବ୍ଲକ ଶିକ୍ଷାଧିକାରୀଙ୍କ ହାତରେ ଧରା ପଡିଲେ

Published By : Prameya-News7 Bureau | August 23, 2020 IST

ଭଦ୍ରକ୨୩/୭: ସଟ୍‌ଡାଉନ୍‌ରେ ଚାଲିଛି ବେଆଇନ ଗୋ ଚାଲାଣ।  ତିନି ଚକିଆ ଅଟୋରେ ପାଲ ଢାଙ୍କି ଚାଲିଥିଲା  ଗୋ ଚାଲାଣ । ଯାଞ୍ଚ ସମୟରେ ଧରିଲେ ବ୍ଲକ ଶିକ୍ଷାଧିକାରୀ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳର ଦକ୍ଷିଣବାଡ଼ ଛକ ନିକଟରେ ଏଭଳି ଘଟଣା ଘଟିଛି। ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ଏ ସପ୍ତାହିକ  ସଟଡାଉନ୍ କଟକଣା ବଳବତ୍ତର ରହିଛି । ସପ୍ତାହର ଶନିବାର ଓ ରବିବାର ଭଦ୍ରକ ଜିଲ୍ଲା ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି ।

ଏହି ସମୟ ମଧ୍ୟରେ ସରକାରୀ ଅଧିକାରୀମାନେ ବିଭିନ୍ନ ଅଞ୍ଚଳରେ ଚେକିଂ ମଧ୍ୟ କରୁଛନ୍ତି । ଧାମନଗର ଥାନା ଦକ୍ଷିଣବାଡ଼ ନିକଟରେ ବ୍ଲକ ଶିକ୍ଷାଧିକାରୀ ଚେକିଂ କରୁଥିବା ବେଳେ ଏକ ୩ ଚକିଆ ଅଟୋକୁ ଅଟକାଇଥିଲେ। ଅଟୋରେ ପଲିଥିନ ଢଙ୍କା ହୋଇଥିଲା । ଚେକିଂ ସମୟରେ ଏହି ଅଟୋ ଡାଲାରେ ୪ଟି ଗୋରୁ ବୋଝେଇ ହୋଇଥିଲା। ଅଟୋ ଡ୍ରାଇଭରକୁ ପୋଲିସ ଅଟକ ରଖିଥିବା ବେଳେ ଗୋରୁ ବୋଝେଇ ଅଟୋ ମଧ୍ୟ ଥାନାରେ ଅଟକ ଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.