ବଢୁଛି ସଂକ୍ରମଣ ; ମୈଦଲପୁର ପଞ୍ଚାୟତକୁ ୩୦ ତାରିଖ ଯାଏଁ ସଟ୍‌ଡ଼ାଉନ୍ ଘୋଷଣା କଲେ ସରପଞ୍ଚ

Published By : Prameya-News7 Bureau | April 26, 2021 IST

ନବରଙ୍ଗପୁର ୨୬।୦୪: ବଢୁଛି କରୋନା ସଂକ୍ରମଣ । ଚିନ୍ତାରେ ପ୍ରଶାସନ । ଦିନ ଗଡିବା ସହ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି ।  ଯାହାକୁ ଦୃଷ୍ଟିରେ ରଖି କଠୋର ହୋଇଛି ସ୍ଥାନୀୟ ପ୍ରଶାସନ । ଏହିପରିପେକ୍ଷୀରେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତକୁ ୩୦ତାରିଖ ଯାଏଁ ସଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ ।

ଖବର ଅନୁଯାୟୀ,  ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତରେ କରୋନା ସଂକ୍ରମଣ କିଛି ମାତ୍ରାରେ ବଢିବାରେ ଲାଗିଥିଲା । ଯାହାକୁ ଦୃଷ୍ଟିରେ ରଖି କଠୋଇ ହୋଇଛି ପ୍ରଶାସନ । ସଂକ୍ରମଣ ଚେନ୍‌ ଭାଙ୍ଗିବା ପାଇଁ ପଞ୍ଚାୟତକୁ ଆଜିଠାରୁ ୩୦ତାରିଖ ଯାଏଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ ଶୁଭଲକ୍ଷ୍ମୀ ପାଞ୍ଜିଆ । ଏହି ସମୟରେ କରୋନା ସଂକ୍ରମଣ କିପରି ଅଧିକ ନବ୍ୟାପେ , ସେଦିଗରେ କଠୋଇ ପଦକ୍ଷେପ ନିଆଯିବ ବୋଲି ସରପଞ୍ଚ କହିଛନ୍ତି ।

ସେହିପରି ସଟ୍‌ଡାଉନ୍‌ ସମୟରେ ସମସ୍ତ ପଞ୍ଚାୟତବାସୀଙ୍କୁ କୋଭିଡ଼ କଟକଣା ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି କୋଭିଡ଼ ନିୟମ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରପଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ନବରଙ୍ଗପୁର ଜିଲ୍ଲାରୁ ୨୨୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.