ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ : ଥିନର ଫ୍ୟାକ୍ଟ୍ରିରେ ନିଆଁ, ଲିଭାଇବାକୁ ୧୭ ଦମକଳ ଗାଡି ନିୟୋଜିତ
  • ||
  • ଦେଶରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୩୬୪ କରୋନା ପଜିଟିଭ୍
  • ||
  • ମୋହନା : ରାସ୍ତାକଡ଼ରୁ ମିଳିଲା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ, ହତ୍ୟା ପରେ ଫିଙ୍ଗାଯାଇଥିବା ଅଭିଯୋଗ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୨ ପଜିଟିଭ୍
  • ||
  • ଗ୍ରାହକଙ୍କୁ ବଡ ଝଟ୍‌କା : ବଢିଲା ଗ୍ୟାସ୍ ଦର, ଜାଣନ୍ତୁ କେତେ ହେଲା ଦାମ୍ ?
  • ||
  • ରାଜ୍ୟରେ ଦୁଇ ଦିନ ବର୍ଷା, ରବିବାରଠୁ ପୁଣି ବଢିବ ତାତି
  • ||
  • ଦିନରେ ମିଟିଂ, ରାତିରେ କ୍ୟାମ୍ପେନିଂ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସବୁ ଦଳର କସରତ
  • ||
  • ଜ୍ଞାନବାପୀ ମସଜିଦ ମାମଲା : ବାରଣାସୀ କୋର୍ଟରେ ଦାଖଲ ହେବ ସର୍ଭେ ରିପୋର୍ଟ
  • ||

ମାନୁ ନାହାନ୍ତି ଲୋକେ ! ୪-୫ ଦିନ ସଟ୍‌ଡାଉନ୍‌ ଅବଧି ବଢାଇବା ନେଇ ଚାଲିଛି ବିଚାର ବିମର୍ଶ

7/06/2020 at 3:24 PM

ଭୁବନେଶ୍ୱର ୦୭।୦୬: ହୁ ହୁ ହୋଇ ବଢ଼ୁଛି କରୋନା । ଆଗକୁ ଭାରତରେ କରୋନା ସଂକ୍ରମଣର ବିସ୍ଫୋରଣ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଲାଣି । ଓଡ଼ିଶାରେ ବି ସ୍ଥିତି ଚିନ୍ତାଜନକ ହେଲାଣି । ଏଥିପାଇଁ ରାଜ୍ୟ ସରକାର ୧୧ ଜିଲ୍ଲାରେ ଜୁନ୍‌ ମାସର ସମସ୍ତ ଶନିବାର, ରବିବାର ସଟ୍‌ଡାଉନ ଲାଗୁ କରିଛନ୍ତି । ହେଲେ ଅମାନିଆ ଯେଉଁଭଳି ବେପରୁଆ ହୋଇ ବୁଲୁଛନ୍ତି, ବାକି ୫ଦିନରେ ବି କରୋନା ସଂକ୍ରମଣ ବିଜୁଳି ବେଗରେ ବ୍ୟାପିପାରେ । ବିଶେଷକରି ଭୁବନେଶ୍ୱର ସ୍ଥିତି ଚିନ୍ତା ବଢ଼ାଇଲାଣି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସମେତ କେତେକ ପ୍ରମୁଖ ସହରରେ ସରକାର ସଟ୍‌ଡାଉନ୍‌ ଅବଧିକୁ ବଢ଼ାଇବା ପ୍ରସ୍ତାବ ଉପରେ ବିଚାର ବିମର୍ଷ କରୁଛନ୍ତି । ଏପରିକି ଭୁବନେଶ୍ୱରରେ ଲଗାତାର ୪-୫ ଦିନ ପର୍ଯ୍ୟନ୍ତ ସଟଡାଉନ ଲାଗୁ କରାଯାଇପାରେ ।

ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଯଦି ଏଭଳି ଲମ୍ବା ଅବଧିର ସଟ୍‌ଡାଉନ ଲାଗୁ କରାଯାଏ, ଲୋକଙ୍କ ସୁବିଧାକୁ ମଧ୍ୟ ନଜର ରଖାଯିବ । ଜରୁରୀକାଳୀନ ସେବା ଓ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ କଟକଣା କୋହଳ କରାଯିବ । ଏହି ସମୟରେ ଅନଲାଇନ ଓ ହୋମ୍‌ ଡେଲିଭରି ବ୍ୟବସ୍ଥାକୁ ବ୍ୟାପକ କରାଯିବ । ଖାଦ୍ୟ ସାମଗ୍ରୀ, ପନିପରିବା, ଆମିଷ କିଣାକିଣି ପାଇଁ କିଛି ନିର୍ଦ୍ଦିଷ୍ଟ ସମୟ ରଖାଯାଇପାରେ । ହେଲେ ଏଥିପାଇଁ ଚାଲି କରି କିମ୍ବା ସାଇକେଲରେ ଯିବାକୁ ପଡ଼ିପାରେ । ସବୁ ସମୟରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ । ଏଭଳି ପ୍ରସ୍ତାବ ଉପରେ ବିଚାର କରାଯାଉଛି । ଯଦି ଲୋକେ ବେଫିକର ହୋଇ ସାମାଜିକ ଦୂରତା ନମାନିବେ, ବାଧ୍ୟ ହୋଇ ସରକାର ଲମ୍ବା ସଟ୍‌ଡାଉନ୍‌ ଭଳି ଚରମ ପଦକ୍ଷେପ ନେଇପାରନ୍ତି ।

ଜୁନ୍‌ ମାସ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିସାରିଛନ୍ତି । ଏ ନେଇ ଲୋକଙ୍କୁ ସତର୍କ ମଧ୍ୟ କରାଇଛନ୍ତି । ଯଦି ଲୋକେ ଏବେ କଟକଣାକୁ ନ ମାନିବେ, ମାର୍ଚ୍ଚରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଓ ରାଜ୍ୟବାସୀ କରିଥିବା ସବୁ ପରିଶ୍ରମ ଓ ତ୍ୟାଗ ବୃଥା ହୋଇଯିବ । ଏବେ ରାଜ୍ୟରେ କ୍ୱାରେଣ୍ଟାଇନ ସଂକ୍ରମିତ ସହ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଲୋକଙ୍କ ଜୀବିକା ବଞ୍ଚାଇବା ପାଇଁ ଲକ୍‌ଡାଉନ ସାମାନ୍ୟ କୋହଳ କରାଯାଇଥିବାବେଳେ ଅଧିକାଂଶ ଲୋକେ ଆଉ କଟକଣାକୁ ମାନୁନାହାନ୍ତି । ଏପଟେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ପ୍ରତିଦିନ ରେକର୍ଡ ଭାଙ୍ଗୁଛି । ଆଜି ସର୍ବାଧିକ ୧୭୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସବୁଠୁ ବେଶି ଡର ବଢ଼ାଇଛି ରାଜଧାନୀ ସ୍ଥିତି । ଭୁବନେଶ୍ୱରରେ ପୁଣି ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । ସ୍ଥାନୀୟ ସଂକ୍ରମଣ ବଢ଼ୁଥିବାବେଳେ ସାଲିଆ ସାହି ଭଳି ବିରାଟ ବସ୍ତିରେ କରୋନା ପହଞ୍ଚିଲାଣି । ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି ।

ଆଗକୁ ସ୍ଥିତି ଆହୁରି ବିଗିଡ଼ିପାରେ । ତେଣୁ କରୋନା ମୁକାବିଲା ପାଇଁ ବିଶେଷଜ୍ଞଙ୍କ ମତାମତ ଲୋଡ଼ାଯାଇଛି । କେତେକ ବିଶେଷଜ୍ଞଙ୍କ କହିବା କଥା ହେଲା, ଲକ୍‌ଡାଉନ୍‌କୁ ଅଧିକାଂଶ ଲୋକେ ଆଉ ମାନୁନାହାନ୍ତି । ସ୍ଥିତି ନିୟନ୍ତ୍ରଣରେ ରଖିବାକୁ ହେଲେ ଏବେ ସଟ୍‌ଡାଉନ୍‌ ହିଁ ଏକମାତ୍ର ବିକଳ୍ପ । ଆବଶ୍ୟକ ପଡ଼ିଲେ ଏହାର ଅବଧି ବଢ଼ାଇବାକୁ ହେବ । ତେଣୁ ରାଜ୍ୟ ସରକାର ଏଭଳି ପ୍ରସ୍ତାବ ଉପରେ ବିଚାର କରୁଥିବା ଖବର ମିଳିଛି । ମାତ୍ର ଏ ନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁଁ ।

   Related Posts