ନାଗରିକତା ସଂଶୋଧନ ବିଧେୟକକୁ ନେଇ ଜଳୁଛି ପୂର୍ବୋତ୍ତର, ମୋବାଇଲ, ଇଣ୍ଟରନେଟ୍ ଓ ସେବା ଠପ୍‌

Published By : Prameya-News7 Bureau | December 10, 2019 IST

ନୁଆଦିଲ୍ଲୀ ୧୦/୧୨: ଦେଶରେ ‘ନାଗରିକତା ସଂଶୋଧନ ବିଲ୍’ ବିରୋଧରେ ଉତ୍ତର-ପୂର୍ବ ରାଜ୍ୟ ଆସାମ, ମଣିପୁର, ତ୍ରିପୁରାରେ ଲଗାତର ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ତ୍ରିପୁରା ସରକାର ରାଜ୍ୟରେ ମୋବାଇଲ୍, ଇଣ୍ଟରନେଟ୍ ଓ ଏମଏମଏସ୍ ସେବାକୁ ୪୮ ଘଣ୍ଟା ପାଇଁ ବନ୍ଦ କରିଦେଇଛନ୍ତି । ଦଙ୍ଗା ଆଶଙ୍କା କରି ସରକାର ଏମିତି ପଦକ୍ଷେପ ଉଠାଇଛନ୍ତି । ସୋସିଆଲ ମିଡିଆରେ କଞ୍ଚନପୁର ଅଞ୍ଚଳରେ ଏକ ଗୋଷ୍ଠୀ ଓ ଆଦିବାସୀଙ୍କ ମଧ୍ୟରେ ସଙ୍ଘର୍ଷ ସମ୍ପର୍କରେ ଗୁଜବ ଉଡୁଥିଲା । ଏହା ଉପରେ ରୋକ ଲଗାଇବା ପାଇଁ ପ୍ରଶାସନ ଏହି ପଦକ୍ଷେପ ଉଠାଇଛି ।

{"id":196172,"sizeSlug":"large"}

ଏହା ସହିତ ନାଗରିକ ସଂଶୋଧନ ବିଲ୍ (ସିଏବି)ର ବିରୋଧରେ ବନ୍ଦ ଡାକରା ଓ ଆନ୍ଦୋଳନ ଯୋଗୁଁ ଉତ୍ତର-ପୂର୍ବରେ ମଙ୍ଗଳବାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସ୍ଥାନୀୟ ଆଦିବାସୀ ଦଳ ଓ ନର୍ଥ ଇଷ୍ଟ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ ସହିତ ଯୁବ ସଙ୍ଗଠନ ବନ୍ଦ ଡାକରା ଦେଇଛି । ଏହି ବିଲ୍ ଲୋକସଭାରେ ପାସ୍ ହୋଇସାରିଛି । ଗୋଟେ ଦିନ ପୂର୍ବରୁ ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଲମ୍ବା ତର୍କ ପରେ ଏହି ବିଲ୍ ପକ୍ଷରେ ୩୧୧ ଏବଂ ବିରୋଧରେ ୮୦ ଭୋଟ୍ ହୋଇଥିଲା

{"id":196173,"sizeSlug":"large"}

ତ୍ରିପୁରାରେ ଯାତାୟତ ଏବଂ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ହଜାର ହଜାର ଯାତ୍ରୀ ଫସି ରହିଛନ୍ତି । ସମର୍ଥକମାନେ ଗାଡିକୁ ଆଗକୁ ବଢିବାକୁ ଦେଉନାହାଁନ୍ତି । ମିଜରାମରେ ୧୦ ଘଣ୍ଟା ବନ୍ଦ ଯୋଗୁଂ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

{"id":196175,"sizeSlug":"large"}

ସରକାରୀ ଅଫିସ୍, ବ୍ୟାଙ୍କ , ସ୍କୁଲ୍-କଲେଜ, ଦୋକାନ ବଜାର ବନ୍ଦ ରହିଛି । ଅଗରତଲାର ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ତ୍ରିପୁରା ଟ୍ରାଇବଲ୍ ଏରିଆ ଅଟୋନୋମସ୍ ଡିଷ୍ଟ୍ରିକ୍ଟ କାଉନସିଲ୍ ଅଞ୍ଚଳରେ ବ୍ୟାଙ୍କ, ସ୍କୁଲ୍-କଲେଜ, ଦୋକାନ ବଜାର ଆଦି ବନ୍ଦ ରହିଛି । ତ୍ରିପୁରା ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଓ ଅନ୍ୟ ୨ ବିଶ୍ୱବିଦ୍ୟାଳୟ ତ୍ରିପୁରା ୟୁନିଭର୍ସିଟି ଓ ମହାରାଜା ବୀର ବିକ୍ରମ ବିଶ୍ୱବିଦ୍ୟାଳୟରେ ପରୀକ୍ଷାକୁ ରଦ୍ଦ କରି ଦିଆଯାଇଛି ।

{"id":196174,"sizeSlug":"large"}

ଲୋକସଭାରେ ନାଗରିକତା ସଂଶୋଧନ ବିଲକୁ ମଞ୍ଜୁରୀ ମିଳିଯାଇଛି ଯେଉଁଥିରେ ଆଫଗାନିସ୍ତାନ, ବାଲାଂଦେଶ ଓ ପାକିସ୍ତାନରୁ ଧାର୍ମିକ ନିର୍ଯାତନା ଯୋଗୁଁ ଭାରତ ଆସିଥିବା ହିନ୍ଦୁ, ସିଖ୍, ବୌଦ୍ଧ, ଜୈନ୍, ପାର୍ସୀ ଓ ଇସାଇ ସମୁଦାୟଙ୍କୁ ଭାରତୀୟ ନାଗରିକତା ପାଇଁ ଆବେଦନ କରିବାର ଯୋଗ୍ୟ ବୋଲି ନିୟମ ରହିଛି । ବିଲକୁ ନେଇ ସଦନରେ ୭ ଘଣ୍ଟାରୁ ଅଧିକ ସମୟ ଚାଲିଥିବା ଚର୍ଚ୍ଚାର ଜବାବ ଦେଇ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ କୋଟି କୋଟି ଶରଣାର୍ଥୀଙ୍କୁ ନିର୍ଯାତନାପୂର୍ଣ୍ଣ ନର୍କରୁ ମୁକ୍ତି ଦେବାପାଇଁ ଏହି ବିଲ୍ ସାଧନ ହେବାକୁ ଯାଉଛି । ଏହି ଲୋକମାନେ ଭାରତ ପ୍ରତି ଶ୍ରଦ୍ଧା ରଖି ଆମ ଦେଶକୁ ଆସିଛନ୍ତି, ସେମାନଙ୍କୁ ନାଗରିକତା ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.