ଯାଜପୁରରେ ପଞ୍ଚାୟତସ୍ତରୀୟ ସଟଡାଉନ୍, ଚେକିଂ କଡାକଡି

Published By : Prameya-News7 Bureau | May 01, 2021 IST

ଚଣ୍ଡିଖୋଲ, ୦୧/୦୫:  କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଶନିବାର ଓ ରବିବାର ଯାଜପୁରରେ ପଞ୍ଚାୟତସ୍ତରୀୟ ସଟଡାଉନ ଲାଗୁ ହୋଇଛି । ଏନେଇ ଘୋଷଣା କରିଛନ୍ତି ଯାଜପୁର ଜିଲ୍ଲାପାଳ ।

ରାଜ୍ୟର ସହରାଞ୍ଚଳ ମାନଙ୍କରେ ସାପ୍ତାହିକ ସଟଡାଉନ ଚାଲୁ ରହିଥିବା ବେଳେ ଯାଜପୁର ଜିଲ୍ଲାର ଯାଜପୁର ଓ ବ୍ୟାସନଗର ବ୍ଲକ୍ ସଟଡାଉନ ରହିଛି । ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସରପଞ୍ଚମାନେ ପଞ୍ଚାୟତକୁ ସଟଡାଉନ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁମତି ମାଗିଥିଲେ ।

ଏନେଇ ଜିଲ୍ଲାପାଳ  ଜିଲ୍ଲାର ସମସ୍ତ ସରପଞ୍ଚଙ୍କୁ ପଂଚାୟତକୁ ସଟଡାଉନ ଘୋଷଣା କରିବା ପାଇଁ ନିର୍ଦେଶ ଦେଇଥିଲେ । ଶନିବାର ଜିଲ୍ଲାର ପ୍ରମୁଖ ଛକ ଚଣ୍ଡିଖୋଲ, ଜାରକା, ଛତିଆ, ବାଲିଚନ୍ଦ୍ରପୁର ବଜାର ସମ୍ପୂର୍ଣ ବନ୍ଦ ରହିଛି । କେବଳ ଅତ୍ୟାବଶ୍ୟକ ସେବା ଜାରି ରହିଥିବା ବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଦର୍ପଣ ଅତିରିକ୍ତ ତହସିଲଦାର ଓ ବଡ଼ଚଣା ପୋଲିସ ସଟଡାଉନକୁ କଡାକଡି ପାଳନ କରିବା ନିମନ୍ତେ ପ୍ରମୁଖ ଛକ ମାନଙ୍କରେ ପହଁଚି ଯାଞ୍ଚ କରିବା ସହ ଅମାନିଆଙ୍କୁ ତାଗିଦ କରୁଥିବାର ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.