କଟକରେ ବଢିଲା ସଟ୍‌ଡାଉନ୍‌, କଟକଣା ଅବଧିକୁ ୨ଦିନ ପାଇଁ ବୃଦ୍ଧି

Published By : Prameya-News7 Bureau | July 08, 2020 IST

କଟକ ୦୮।୦୭: କଟକରେ ବଢିଲା ସଟ୍ ଡାଉନ୍।  ସଟଡାଉନ ଅବଧିକୁ ୨ ଦିନ ବୃଦ୍ଧି କରାଯାଇଛି। ୧୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ରହିବ ସଟ୍ ଡାଉନ କଟକଣା ବଳବତ୍ତର ରହିବ ବୋଲି ସିଏମସି ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । ଶନିବାର, ରବିବାର ଜାରି ରହିବ କଟକଣା। ଏହି ସଟ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯାଥା ମେଡିସିନ୍, ଗ୍ରୋସରୀ, ହାଇଜେନିକ୍ ସାମଗ୍ରୀ, ମାଛ, ମାସଂ,  କ୍ଷୀର ସକାଳ ୫ ଟାରୁ  ସଂଧ୍ୟା ୬ ଟା ପର୍ଯ୍ୟନ୍ତ ମିଳିପାରିବ । ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ପୋଷ୍ଟ ଅଫିସ, ଗୁଡିକରେ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବା ପାଇଁ  ନିର୍ଦେଶ ରହିଛି ।

ସଟ୍‌ଡାଉନ୍‌ ବେଳେ ପେଟ୍ରୋଲ ପମ୍ପ, ଗ୍ୟାସ ଏଜେନ୍ସି, ଟେଲିକମ୍ ସର୍ଭିସ ଚାଲୁ ରହିବ। ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ସମସ୍ତ ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବେ । କଟକ ସହରରେ ଥିବା ଏସସିବି, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁ ଭବନରୁ କରୋନା ସଂକ୍ରମିତ ଚିହ୍ନଟ ହେବା ଓ ମୁନିସିପାଲଟି ଅଂଚଳର ଏକାଧିକ ସ୍ଥାନରୁ ସଂକ୍ରମିତ ଚିହ୍ନଟ ହେବା ପରେ  ସ୍ଥିତି ଅନୁଧ୍ୟାନ କରାଯାଇ ସଟ ଡାଉନ ଅବଧିକୁ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

wp:html /wp:html

ଏହାପୂର୍ବରୁ ଗତ ୪ରେ ଜୁଲାଇ ୮ ମଧ୍ୟରାତ୍ରି ପର୍ଯ୍ୟନ୍ତ ସଟ୍‌ଡାଉନ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । କିନ୍ତୁ ଏହାପରେ ଗତକାଲି ସଟ୍‌ଡାଉନ୍‌ ଅବଧିକୁ ଆଉ ୨ଦିନ ବୃଦ୍ଧି କରାଯାଇଛି । ଏହି ସଟ୍‌ଡାଉନ୍‌ ସମୟରେ ସମ୍ପୂର୍ଣ୍ଣ କଟକ ମହାନଗର ଅଞ୍ଚଳକୁ ସାନିଟାଇଜ କରାଯିବ । ଆଜି ଠାରୁ ଆରମ୍ଭ ହେଵ ଵିଶୋଧନ ପ୍ରକ୍ରିୟା । ସିଏମସିର ୫୯ ଟି ଓ୍ଵାର୍ଡରେ ଚାଲିବ ସାନିଟାଇଜେସନ ପ୍ରୋଗ୍ରାମ । ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସିଏମସିର ସ୍ବାସ୍ଥ୍ୟ କର୍ମୀ ମାନେ ଓ ବିଶୋଧନ ପ୍ରକ୍ରିୟାରେ ସାମିଲ ହେଵାକୁ ଥିବା ସ୍ଵତନ୍ତ୍ର ଟିମ ଘରକୁ ଘର ବୁଲି ଏହି କାର୍ଯ୍ୟ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.