Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ସଟ୍ ଡାଉନ୍ ନିୟମକୁ ଫୁ : ବ୍ରହ୍ମପୁରରେ ଖୋଲାଖୋଲି ଚାଲିଛି ମାଛ ବିକ୍ରି, କିଣିବାକୁ ଲୋକଙ୍କ ଭିଡ

28/06/2020 at 8:38 AM

ବ୍ରହ୍ମପୁର ୨୮।୬: ବ୍ରହ୍ମପୁରରେ ସଟ୍ ଡାଉନ୍ ନିୟମର ଖୋଲାଖୋଲି ଉଲ୍ଲଂଘନ । ଖୋଲାଖୋଲି ଚାଲିଛି ମାଛ ବିକ୍ରି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଜଗବନ୍ଧୁ ସ୍କୁଲ ହରିଡାଖଣ୍ଡି ରାସ୍ତା ମାଛ ବଜାରରେ । ମାଛ କିଣିବାକୁ ଲୋକଙ୍କ ଗହଳି ବି ଲାଗିଛି । ଏହି ମାଛ ବିକାଳୀ ବାହାରୁ ଆସିଥିବା ଜଣାପଡିଛି । ଏଠାରେ ଜିଲ୍ଲା ପ୍ରଶାସନର ଗାଇଡ୍ ଲାଇନକୁ ଫୁ କରିଦେଇଥିବା ଦେଖାଯାଇଛି।

ବ୍ରହ୍ମପୁର ସହରକୁ ୪ ଦିନିଆ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଆସନ୍ତା ମଙ୍ଗଳବାର ଯାଏଁ ସଟ୍ ଡାଉନ୍ ବଳବତ୍ତର ରହିବ । ସଟ୍ ଡାଉନ୍ ପାଇଁ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । କେବଳ ଜରୁରୀକାଳୀନ ସେବା ଜାରି ରହିଛି । ଏହି ସମୟରେ ୭୦ଟି ଟିମ୍ ଘରକୁ ଘର ବୁଲି ସ୍କ୍ରିନିଂ କରୁଛନ୍ତି ।

ଗୋଟିଏ ପଟେ କୋରନା ଭଳି ମହାମାରୀ ସଂକ୍ରମଣକୁ ପ୍ରତିହତ କରିବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ କେତେକ ଅମାନିଆ କୌଣସି ସ୍ଥିତିକୁ ଖାତିରି କରୁନାହାନ୍ତି । କୋରନାକୁ ନିମନ୍ତ୍ରଣ କରୁଥିବା ଭଳି ସ୍ଥିତି ସୃଷ୍ଟି କରିଥିବା ଦେଖିବାକୁ ମିଳିଛି ।

   Related Posts