ବରଗଡରେ ଦୁଇଟି ପର୍ଯ୍ୟାୟରେ ସଟ୍ ଡାଉନ୍, ଆଜିଠାରୁ ଲାଗୁ ହେବ କଟକଣା
23/07/2020 at 9:22 AM

ବରଗଡ ୨୩।୭: ସଂକ୍ରମଣ ରୋକିବାକୁ ସଟ୍ ଡାଉନ୍ । ବରଗଡରେ ଦୁଇଟି ପର୍ଯ୍ୟାୟରେ ଲାଗୁ ହେବ କଟକଣା । ଗୁରୁବାର ରାତି ୯ଟାରୁ ୨୬ ତାରିଖ ରାତି ୯ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ୨୬ ତାରିଖ ରାତି ୯ଟାରୁ ୨୮ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ସଟ୍ ଡାଉନ୍ ରହିବ ।

ବରଗଡ଼ ଜିଲ୍ଲାର ବରଗଡ଼ ସବ୍ ଡିଭିଜନ ଓ ବରଗଡ଼ ପୌରାଞ୍ଚଳ ସହ ବରଗଡ଼ ସବ୍ ଡିଭିଜନ ଅନ୍ତର୍ଗତ ବରପାଲି ବ୍ଲକ, ବରପାଲି ଏନଏସି ଅତବିରା ବ୍ଲକ, ଅତବିରା ଏନଏସି ଓ ଭଟଲି ବ୍ଲକ ବନ୍ଦ ରହିବ ।

ସେହିପରି ବିଜେପୁର ବ୍ଲକ ଓ ବିଜେପୁର ଏନଏସି, ସୋହେଲା ବ୍ଲକ ଏବଂ ପଦ୍ମପୁର ଏନଏସିକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଜରୁରୀକାଳୀନ ସେବାକୁ କଟକଣାରୁ ବାଦ ଦିଆଯାଇଛି । ଏ ନେଇ ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।
Related Posts
ଅଣ୍ଡରପାସିଂ ଖାଲରେ ବୁଡିଗଲେ ବ୍ୟକ୍ତି, ଚାଲିଗଲା ଜୀବନ
18 January 2021
ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
18 January 2021
ପିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା : ଜଣକୁ ଅଟକ ରଖିଲା ପୋଲିସ
18 January 2021
ଜେସିବି ଇଞ୍ଜିନରୁ ୧୧ ଫୁଟର ଅଜଗର ଉଦ୍ଧାର
18 January 2021