ଲଡୁଗାଁରେ ବଢିଲା ସଟ୍ ଡାଉନ୍ ଅବଧି, ଆଉ ୪ଦିନ ରହିବ ବଳବତ୍ତର

Published By : Prameya-News7 Bureau | April 19, 2021 IST

କଳାହାଣ୍ଡି ୧୯।୪: କଳାହାଣ୍ଡି ଲଡୁଗାଁରେ ପୁଣି ୪ ଦିନ ବଢିଲା ସଟ୍ ଡାଉନ୍ ଅବଧି । ଗତ ଗୁରବାରଠାରୁ ପ୍ରଥମ ପର୍ଯ୍ୟାୟରେ ୭୨ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରାଯାଇଥିଲା । ଏନେଇ ଲଡୁଗାଁ ସରପଞ୍ଚ କହ୍ନେଇ ଚରଣ ଦାସ ସୂଚନା ଦେଇଛନ୍ତି ।

{"id":440564,"width":840,"height":462,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଲଡୁଗାଁ ସହରରେ କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ନେଇ ଗତ ଗୁରବାରଠାରୁ ପ୍ରଥମ ପର୍ଯ୍ୟାୟରେ ୭୨ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରାଯାଇଥିଲା ।  କୋକସରା ପ୍ରଶାସନ ଓ ଲଡୁଗାଁ ସରପଞ୍ଚ ସୋମବାର ପ୍ରଥମ ଅବଧି ପୁରିବା ପରେ ପୁଣିଥରେ ଆସନ୍ତା ୪ ଦିନ ପାଇଁ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ଡେଙ୍ଗୁରା ଦେଇ ଲୋକଙ୍କୁ ଅବଗତ କରିବା ସହ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ।  ସରପଞ୍ଚ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଲଡୁଗାଁ ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଦୋକାନ ବଜାର ବନ୍ଦ ରହିବ ଜରୁରୀକାଳୀନ ସେବାକୁ ଏହି କଟକଣାରୁ ବାଦ୍ ଦିଆଯାଇଛି । କୌଣସି ଲୋକ ବିନା କାରଣରେ ବାହାରକୁ ନ ଆସିବାକୁ ବାରଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.