ଅଗଷ୍ଟ ୧୫ ସଟ୍‌ଡାଉନ୍ ହଟିଲା, ନୂଆଁଖାଇରେ ବି ନାହିଁ ସଟ୍‌ଡାଉନ୍

Published By : Prameya-News7 Bureau | August 11, 2020 IST

ସମ୍ବଲପୁର ୧୧।୮: ଅଗଷ୍ଟ ୧୫ ତାରିଖରେ ଥିବା ସଟ୍ ଡାଉନ୍ ବାତିଲ୍ ହେଲା । ପୂର୍ବରୁ ଅଗଷ୍ଟ ୧୫ ତାରିଖରେ ଜିଲ୍ଲାପାଳ ଘୋଷଣା ସପ୍ତାହନ୍ତ ସଟ୍ ଡାଉନ୍ ଘୋଷଣା କରିଥିଲେ । ତେବେ ଏହାକୁ ଏବେ ବାତିଲ୍ କରିଛନ୍ତି । ଏହା ବଦଳରେ ଅଗଷ୍ଟ ୧୬ ଓ ୧୭ ତାରିଖ ସମ୍ବଲପୁର ଜିଲ୍ଲା ସଟ୍ ଡାଉନ୍ ରହିବ ।

ସେହିପରି ଅଗଷ୍ଟ ୨୨ ଓ ୨୩ ତାରିଖ ପାଇଁ ଘୋଷଣା ହୋଇଥିବା ସପ୍ତାହନ୍ତ ସଟ୍ ଡାଉନକୁ ବି ବାତିଲ୍ କରାଯାଇଛି । ଅଗଷ୍ଟ ୨୩ ତାରିଖ ପଶ୍ଚିମ ଓଡିଶାର ଗଣପର୍ବ ଥିବାରୁ ସେହିଦିନ ତଥା ତା ପୂର୍ବ ଦିନର ସଟ୍ ଡାଉନକୁ ମଧ୍ୟ ବାତିଲ କରାଯାଇଛି ।

{"id":313084,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.