ବେଆଇନ ଖଣି ଖନନ ମାମଲା : ଖୋର୍ଦ୍ଧା ତହସିଲଦାର ଶୁଭେନ୍ଦ୍ର ସାମଲ ଓ ସଦର ଥାନା ଆଇଆଇସି ବିକ୍ରମ ଜେନାଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫରେ ପୁଣିଥରେ ହାଜର ହେବାପାଇଁ ନିର୍ଦ୍ଦେଶ

Published By : Prameya-News7 Bureau | August 18, 2019 IST

ଖୋର୍ଦ୍ଧା ୧୮/୮: ବେଆଇନ ଖଣି ଖନନ ମାମଲାରେ ଖୋର୍ଦ୍ଧା ତହସିଲଦାର ଶୁଭେନ୍ଦ୍ର ସାମଲ ଓ ସଦର ଥାନା ଆଇଆଇସି ବିକ୍ରମ ଜେନାଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫରେ ପୁଣିଥରେ ହାଜର ହେବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ୨ ଅଧିକାରୀ ଆସନ୍ତା ୨୧ ତାରିଖରେ ପୁଣି ଏସଟିଏଫ୍  ନିକଟରେ ହାଜର ହେବେ । ଗତକାଲି କ୍ରାଇମବ୍ରାଞ୍ଚ ଏସଟିଏଫ୍ ଉଭୟଙ୍କୁ ୫ ଘଣ୍ଟା ଧରି ଜେରା କରିଥିଲା ।

ସେହିପରି ଖୋର୍ଦ୍ଧାର ଖଣି ମାଫିଆ କୈଳାଶ ପରିଜାଙ୍କୁ କୋଲକାତାରୁ ଗିରଫ କରିଛି ଏସଟିଏଫ୍ । ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯିବା ପରେ ଆଲିପୁର ସେଣ୍ଟ୍ରାଲ ଜେଲକୁ ପଠାଇ ଦିଆଯାଇଛି । ଆସନ୍ତା ୨୨ ତାରିଖରେ କୈଳାଶ ପରିଜାଙ୍କୁ ଓଡ଼ିଶା ଆଣିବ କ୍ରାଇମବ୍ରାଞ୍ଚ ଏସଟିଏଫ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.