ଏ ହେଉଛନ୍ତି ସେହି ମହିଳା, ଯିଏ କଂଗ୍ରେସର ଖେଳ ବିଗାଡି ସିନ୍ଧିଆଙ୍କୁ ବିଜେପିରେ କରାଇଲେ ସାମିଲ!

Published By : Prameya-News7 Bureau | March 14, 2020 IST

ଭୋପାଳ, ୧୪।୦୩: ଗତ ଦିନରେ ରାଜନୀତି ଘଟଣାକ୍ରମ ମଧ୍ୟରେ ପୂର୍ବତନ କଂଗ୍ରେସ ସାଂସଦ ତଥା ଗ୍ଵାଲିୟରର ସିନ୍ଧିଆ ପରିବାରରୁ ଆସିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି। ସିନ୍ଧିଆଙ୍କୁ ବିଜେପିକୁ ଆଣିବା ଲାଗି ଯାହାଙ୍କର ଅଧିକ ଚର୍ଚ୍ଚା ହେଉଛି ସେ ମହିଳା ହେଉଛନ୍ତି ବରୋଦା ରାଜପରିବାରର ମହାରାଣୀ ରାଜମାତା ଶୁଭାଙ୍ଗିନୀ ଦେବୀ।

ସିନ୍ଧିଆ କଂଗ୍ରେସ ଛାଡିବା ସହିତ ରାଜ୍ୟରେ କମଲନାଥ ସରକାର ଉପରେ ସଙ୍କଟର ବାଦଲ ଛାଇ ରହିଛି। ଅନ୍ୟପଟେ ସିନ୍ଧିଆଙ୍କୁ ମଧ୍ୟ ପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି ବିଜେପି। ବିଜେପିରେ ସିନ୍ଧିଆଙ୍କ ଏଣ୍ଟ୍ରିର ସ୍କ୍ରିପ୍ଟ ଶ୍ଵଶୁର ଘର ପକ୍ଷରୁ ଲେଖା ହୋଇଥିଲା। ସିନ୍ଧିଆଙ୍କ ଶ୍ଵଶୁର ଘର ବରୋଦା ରାଜ ପରିବାରର ଅଟନ୍ତି। କୁହାଯାଏ ଯେ, ବରୋଦା ରାଜପରିବାରର ମହାରାଣୀ ରାଜମାତା ଶୁଭାଙ୍ଗିନୀ ଦେବୀ ଗାଏକଓ୍ଵାଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ମଧ୍ୟସ୍ଥତାରେ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ।

{"id":238226,"sizeSlug":"large"}

ବରୋଦାର ଏହି ମହାରାଣୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବହୁତ ସମ୍ମାନ କରନ୍ତି ଓ ତାଙ୍କ ସହିତ ତାଙ୍କର ସଂପର୍କ ବହୁତ ଭଲ ରହିଛି। ରାଜମାତା ଶୁଭାଙ୍ଗିନୀ ଦେବୀ ଗାଏକଓ୍ଵାଡରେ ସିନ୍ଧିଆ ଓ ବିଜେପି ନେତୃବୃନ୍ଦଙ୍କ ମଧ୍ୟରେ ବାର୍ତ୍ତାଳପର ପଥ ପ୍ରସ୍ତୁତ କରିଥିଲେ।

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପତ୍ନୀ ପ୍ରିୟଦର୍ଶିନୀ ରାଜେ ସିନ୍ଧିଆ ବରୋଦାର ଗାଏକଓ୍ଵାଡ ରାଜଘରରୁ ଆସିଛନ୍ତି। ତେଣୁ ସେଠାକୁ ତାଙ୍କର ଯିବା ଆସିବା ନିୟମିତ ହୋଇଥାଏ। କୁହାଯାଉଛି ଯେ, ଶୁଭାଙ୍ଗିନୀ ଦେବୀଙ୍କ ଜରିଆରେ ହିଁ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ମିଶିବା ନିଷ୍ପତ୍ତି ସମ୍ଭବ ହୋଇଥିଲା।

{"id":238227,"sizeSlug":"large"}

ବରୋଦାର ରାଜମାତା ଶୁଭାଙ୍ଗିନୀ ରାଜେ ପ୍ରିୟଦର୍ଶିନୀଙ୍କ ବଡ ମା। ଶୁଭାଙ୍ଗିନୀଙ୍କ ମଧୁର ସଂପର୍କ ଗ୍ଵାଲିୟର ସହିତ ମଧ୍ୟ ରହିଛି। ସେ ଗ୍ଵାଲିୟରର ଶାହି ଯାଦବ ପରିବାରରୁ ଆସିଛନ୍ତି। ୭୫ ବର୍ଷୀୟ ଶୁଭାଙ୍ଗିନୀ ରାଜେ ବରୋଦାର ଖେଡା ସଂସଦୀୟ କ୍ଷେତ୍ରରୁ ଦୁଇ ଥର ଲୋକସଭା ନିର୍ବାଚନ ଲଢି ସାରିଛନ୍ତି। ସେ ୧୯୯୬ରେ ନିର୍ଦ୍ଦଳୀୟ ଓ ୨୦୦୪ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନ ଲଢିଥିଲେ। ମାତ୍ର ଉଭୟ ଥର ହିଁ ତାଙ୍କୁ ପରାଜିତ ହେବାକୁ ପଡିଥିଲା। ଶୁଭାଙ୍ଗିନୀଙ୍କ ପତି ରଣଜିତ ସିଂହ ଗାଏକଓ୍ଵାଡ କଂଗ୍ରେସ ନେତା ରହିଛନ୍ତି ଓ ୧୯୮୦ରୁ ୮୯ ପର୍ଯ୍ୟନ୍ତ ବରୋଦାରୁ କଂଗ୍ରେସ ସାଂସଦ ରହିଥିଲେ।

{"id":238228,"sizeSlug":"large"}

ଅପର ପକ୍ଷେ ବିଜେପି ନରେନ୍ଦ୍ର ସିଂହ ତୋମାରଙ୍କୁ ମଧ୍ୟ ସିନ୍ଧିଆ ମାମଲାରେ ଦାୟିତ୍ଵ ଦେଇଥିଲେ। କେବେ ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ ବିଶ୍ଵସ୍ତ ରହିଥିବା ତୋମାର ଜ୍ୟୋତିରାଦିତ୍ୟ ସିନ୍ଧିଆ ପରିବାରର ନିକଟତର ମଧ୍ୟ।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ବିଶ୍ଵସ୍ତ କୁହାଯାଉଥିବା ତୋମାରଙ୍କୁ କିଛି ଦିନ ପୂର୍ବେ ମଧ୍ୟ ପ୍ରଦେଶରେ ବିଜେପିର ରଣନୀତି ଦାୟିତ୍ଵ ଦିଆଯାଇଥିଲା। ତୋମାର ମଧ୍ୟ ପ୍ରଦେଶରେ  ବିଜେପିର ସଭାପତି ପଦଠୁ ନେଇ ପ୍ରଦେଶରେ କ୍ୟାବିନେଟ୍ ସ୍ତରର ମନ୍ତ୍ରୀ ଦାୟିତ୍ଵ ମଧ୍ୟ ସମ୍ଭାଳିଛନ୍ତି।

{"id":238229,"sizeSlug":"large"}

ଉଲ୍ଲେଖଯୋଗ୍ୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜର ୨୨ ସମର୍ଥକ ବିଧାୟକଙ୍କ ସହିତ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହା ପରେ ରାଜ୍ୟରେ କମଲନାଥ ସରକାର ଟଳମଳ ସ୍ଥିତିରେ ରହିଛି। ମାତ୍ର କମଲନାଥ ଓ ଦିଗବିଜୟ ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ନେତା କଂଗ୍ରେସ ସରକାରକୁ ବଞ୍ଚାଇବାକୁ ଯଥା ସମ୍ଭବ ପ୍ରୟାସରେ ଜୁଟିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.