କରୋନା କବଳରେ ଅଙ୍ଗୁରୀ ଭାବୀ, ଜ୍ୱର ହୋଇଥିବାରୁ ସୋ’ ରୁ ନେଇଥିଲେ ବ୍ରେକ୍

Published By : Prameya-News7 Bureau | April 06, 2021 IST

ମୁମ୍ବାଇ ୦୬/୦୪: ଟିଭି ଏବଂ ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ଷ୍ଟାରମାନେ କରୋନାରେ ସଂକ୍ରମିତ ହୋଇସାରିଲେଣି । ଏଥିସହିତ  ଲୋକପ୍ରିୟ ଟିଭି ସିରିଏଲ୍ ‘ଭାବି ଜୀ ଘର ପର ହେ’ର ଖ୍ୟାତି ଅଭିନେତ୍ରୀ ଶୁଭାଙ୍ଗୀ ଅତ୍ରେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ଶୁଭାଙ୍ଗୀ ନିଜକୁ କ୍ୱାରେନଣ୍ଟାଇନ୍ ରେ ରଖିଛନ୍ତି ।

{"width":617,"height":346}
Shubhangi Atre Jewellery Accessories from Bhabi Ji Ghar Par Hain, Episode  1061, 2019 Celebrity Jewellery | Charmboard

ସୂଚନା ଅନୁଯାୟୀ, ଅନେକ ଦିନ ହେବ ଶୁଭାଙ୍ଗୀଙ୍କ ଦେହ ଭଲ ନଥିଲା । ତାଙ୍କର ସାମାନ୍ୟ ଥଣ୍ଡା ଏବଂ କାଶ ସମସ୍ୟା ଥିଲା । ଯେଉଁଥିପାଇଁ ଅଭିନେତ୍ରୀ କାମରୁ ବ୍ରେକ୍ ନେଇଥିଲେ । ଜ୍ୱର ହେବା ପରେ ଶୁଭାଙ୍ଗୀ ନିଜର କରୋନା ଟେଷ୍ଟ କରିଥିଲେ, ଯାହାର ରିପୋର୍ଟ ପଜେଟିଭ୍ ଆସିଛି । ବର୍ତ୍ତମାନ ଶୁଭାଙ୍ଗୀ ହୋମ୍ କ୍ୱାରେନଣ୍ଟାଇନ୍ ରେ ରହିଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଉଛନ୍ତି । ସୋ’ର ସୁଟିଂ ବନ୍ଦ କରାଯିବା ସହିତ, ସେଟରେ ଶୁଭାଙ୍ଗୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ମଧ୍ୟ ଟେଷ୍ଟ କରାଯାଉଛି ।

{"width":622,"height":408}
PunjabKesari

ଟିଭି ସିରିଏଲ୍ ‘ଭାବି ଜୀ ଘର ପର ହେ’ରେ ଶୁଭାଙ୍ଗୀ ଅତ୍ରେ ଅଙ୍ଗୁରୀ ଭାବୀଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ଲୋକମାନେ ତାଙ୍କର ଏହି ଚରିତ୍ରକୁ ଖୁବ୍ ଭଲ ପାଆନ୍ତି । ଶୁଭାଙ୍ଗୀଙ୍କ ପୂର୍ବରୁ ଏହି ଚରିତ୍ରକୁ ବିଗ୍ ବସ୍ ୧୧ର ବିଜେତା ଶିଳ୍ପା ସିନ୍ଦେ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.