ଶ୍ରୁତିସ୍ବପ୍ନା ସାଜିଲେ ପ୍ରେରଣା, କ୍ୟାନସର ଆକ୍ରାନ୍ତଙ୍କୁ ଦାନ କଲେ କେଶ

Published By : Prameya-News7 Bureau | December 15, 2020 IST

ବାରିପଦା ୧୫।୧୨: ନିଜର ସୁନ୍ଦର କେଶ ଲାଗି ଝିଅମାନେ କଣ ନକରନ୍ତି । କେଶ ହିଁ ଜଣେ ମହିଳା ବା ଝିଅଙ୍କ ଲାଗି ସୁନ୍ଦରତାର ପ୍ରମୁଖ ଆକର୍ଷଣ । କୌଣସି ପର୍ବପର୍ବାଣୀ ହେଉ ବା ପାର୍ଟି-ଫଙ୍କସନ୍, କେଶର ସୌନ୍ଦର୍ଯ୍ୟ ଲାଗି ଅତି ଯତ୍ନଶୀଳ ହେଇଥାନ୍ତି ସମସ୍ତେ । କେଶର ଟିକିଏ ବି କ୍ଷତି ହେଲେ ସହି ପାରନ୍ତିନି ସେମାନେ । ହେଲେ ଜଣେ କଲେଜ ପଢୁଆ ଝିଅ ତାଙ୍କ ଅତି ସୁନ୍ଦର ଲମ୍ବା କେଶକୁ ଜଣେ କ୍ୟାନସର ଆକ୍ରାନ୍ତଙ୍କ ଲାଗି ଦାନ କରି ଦେଇଛନ୍ତି ।

{"id":377889,"sizeSlug":"large","linkDestination":"none"}

ବାରିପଦା ପୌରପରିଷଦ ୨୩ ନମ୍ବର ୱାର୍ଡର ତୁଳସୀ ଚଉରାରେ ରହନ୍ତି ଶ୍ରୁତିସ୍ବପ୍ନା । ଯୁକ୍ତ ତିନି ଶେଷ ବର୍ଷରେ ପଢ଼ୁଥିବା ଶ୍ରୁତି ଅନ୍ୟମାନଙ୍କ ଲାଗି ପାଲଟିଛନ୍ତି ପ୍ରେରଣା । ସେ ନିଜର ଘନ ଗହନ କେଶକୁ କ୍ୟାନସର ଆକ୍ରାନ୍ତଙ୍କ ଲାଗି “ଓଡ଼ିଶା ହେୟାର୍ ଡୋନେସନ”କୁ ଦାନ କରିଛନ୍ତି । କେଶ ଦେବା ପରେ ଶ୍ରୁତିଙ୍କ ମୁଣ୍ଡରେ କେଶ ନାହିଁ ସତ, କିନ୍ତୁ କ୍ୟାନସର ଆକ୍ରାନ୍ତଙ୍କ ଲାଗି ତାଙ୍କର ଏ ତ୍ୟାଗ ତାଙ୍କୁ ଆହୁରି ଅଧିକ ସୁନ୍ଦର କରି ଦେଇଛି ଦୁନିଆ ଆଗରେ ।

{"id":377890,"sizeSlug":"large","linkDestination":"none"}

କଲେଜ ଏନଏସଏସର ଜଣେ ସକ୍ରିୟ ସଦସ୍ୟ ଥିବା ଶ୍ରୁତିସ୍ବପ୍ନା ଆଗାମୀ ଦିନରେ ଏଭଳି କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି । କଲେଜର ଏନଏସଏସରେ ଦୀର୍ଘ ୩ ବର୍ଷ ଧରି ବହୁ ସାମାଜିକ ସେବାରେ ସେ ନିୟମିତ ଭାବରେ ସକ୍ରିୟ ରହି ଆସିଛନ୍ତି । ତେଣୁ ତାଙ୍କର ଏଭଳି ତ୍ୟାଗ ଲାଗି ସମସ୍ତେ ଗର୍ବିତ ବୋଲି କହିଛନ୍ତି କଲେଜ ଏନଏସଏସର ସଂଯୋଜିକା ପ୍ରାଧ୍ୟାପିକା ଉଷା ଶତପଥୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.