ସୁଶାନ୍ତ ମାମଲାରେ ବଡ ଖୁଲାସା: ରିୟାଙ୍କ ଚାପରେ ପିଲାଦନ ସାଙ୍ଗ ଶ୍ରୁତିଙ୍କୁ ମ୍ୟାନେଜର କରିଥିଲେ ସୁଶାନ୍ତ

Published By : Prameya-News7 Bureau | September 16, 2020 IST

ମୁମ୍ବାଇ ୧୬/୦୯ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ, ପ୍ରବର୍ତନ ନିର୍ଦେଶାଳୟ ଓ ଏନସିବି ତଦନ୍ତ ଜାରି ରହିଛି । ଏହି ମାମଲାରେ ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିବା ପରେ ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କୁ ଏନସିବି ଗିରଫ କରିଛି । ଇତି ମଧ୍ୟରେ ସୁଶାନ୍ତଙ୍କ ମ୍ୟାନେଜର ଥିବା ଶ୍ରୁତି ମୋଦି ଓ ରିୟାଙ୍କ ମଧ୍ୟରେ ବଡ କନେକ୍ସନ ଥିବା ଜଣାପଡିଛି । ଏନସିବି ବୁଧବାର ଦିନ ଶ୍ରୁତି ମୋଦିଙ୍କୁ ପଚରାଉଚୁରା ପାଇଁ ଡାକିଥିଲା । ସୂତ୍ର ଅନୁଯାୟୀ, ଶ୍ରୁତି ମୋଦି ଅଧିକାରୀଙ୍କୁ କହିଥିଲେ ଯେ ସେ ରିୟାଙ୍କୁ ବହୁତ ପୂର୍ବରୁ ଜାଣିଛନ୍ତି । ସୂତ୍ର ଅନୁଯାୟୀ ରିୟା ଓ ଶ୍ରୁତି ବାଲ୍ୟବନ୍ଧୁ । ରିୟା ହିଁ ଶ୍ରୁତିଙ୍କୁ ସୁଶାନ୍ତଙ୍କ ସହ ସାକ୍ଷାତ କରାଇଥିଲେ ଓ ମ୍ୟାନେଜର କରାଇଥିଲେ ।

ସୂତ୍ର ଅନୁଯାୟୀ, ସୁଶାନ୍ତ ସିଂହ ରାଜପୁତ ଆଗରୁ ଶ୍ରୁତିଙ୍କୁ ନିଜ ମ୍ୟାନେଜର କରିବାକୁ ରାଜି ନଥିଲେ । କିନ୍ତୁ ରିୟା ସୁଶାନ୍ତଙ୍କ ଉପରେ ଚାପ ପକାଇ ଶ୍ରୁତିଙ୍କୁ ମ୍ୟାନେଜର କରାଇଥିଲେ । ଜଣେ ଓକିଲଙ୍କ ଜରିଆରେ ରିୟା ଶ୍ରୁତିଙ୍କୁ ଆପଏଣ୍ଟ କରିଥିଲେ ।

{"id":330406,"sizeSlug":"large"}

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରିୟା ଓ ଷୌଭିକଙ୍କ ଡ୍ରଗ୍ସର ପୁରା ତଥ୍ୟ ଶ୍ରୁତି ମୋଦି ରଖୁଥିଲେ । ସେ ଏହି ମାମଲାରେ ରିୟା ସହ ସାମିଲ ଥିଲେ । ସୁଶାନ୍ତଙ୍କ ପାଖରୁ ଚାକିରୀ ଛାଡିବା ପରେ ମଧ୍ୟ ଶ୍ରୁତି ଲଗାତାର ରିୟା ଓ ଅନେକ ଡ୍ରଗ୍ସ ପେଡ଼ଲରଙ୍କ ସମ୍ପର୍କରେ ଥିଲେ । ସେ ଲଗାତାର ପରସ୍ପର ସମ୍ପର୍କରେ ଥିଲେ । ସିବିଆଇ ଶ୍ରୁତି ମୋଦିଙ୍କ ଯେଉଁ ଫୋନ ଜବତ କରିଛି ସେଥିରେ ଅନେକ ଡ୍ରଗ୍ସ ପେଡ଼ଲରଙ୍କ ସହ କଥାବାର୍ତ୍ତା ଓ ଚାଟ ରେକର୍ଡ ମଧ୍ୟ ଅଛି । 

କେବଳ ସେତିକି ନୁହେଁ, ସୂତ୍ର ଅନୁଯାୟୀ ସୁଶାନ୍ତଙ୍କ ଯେଉଁ ୧୫ କୋଟି ଟଙ୍କା ହେରଫେର ଅଭିଯୋଗ ସୁଶାନ୍ତଙ୍କ ପରିବାର ଆଣିଥିଲେ ସେହି ଟଙ୍କା ଶ୍ରୁତିଙ୍କ ପିତାଙ୍କ କମ୍ପାନୀରେ ଇନଭେଷ୍ଟ ହୋଇଥିବା ସୁରାକ ସିବିଆଇକୁ ମିଳିଛି । ଯାଞ୍ଚ ଏଜେନ୍ସି ଏହାର ତଦନ୍ତ କରିବ । ଶ୍ରୁତିଙ୍କ ପିତାଙ୍କର ଗାର୍ମେଣ୍ଟର ବଡ କମ୍ପାନୀ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.