Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ନିଜ ଫିଲ୍ମି ଭାଇଙ୍କୁ ବିବାହ କରିବାକୁ ଚାହାନ୍ତି ଏହି ଅଭିନେତ୍ରୀ, ଜାଣନ୍ତୁ କିଏ

19/09/2019 at 3:19 PM

ମୁମ୍ବାଇ୧୯|୯: ଅଭିନେତ୍ରୀ ଶୃତି ହାସନ ବଲିଉଡ ସହ ଟଲିଉଡରେ ମଧ୍ୟ ଧମାଲ କରନ୍ତି।ହେଲେ ସାଉଥ ଇଣ୍ଡଷ୍ଟ୍ରିରେ ସେ ଅଧିକ ଚର୍ଚ୍ଚିତ। ସାଉଥ ଜଗତରେ ରାଜ କରୁଥିବା ଏହି ଅଭିନେତ୍ରୀ ବଲିଉଡରେ ମଧ୍ୟ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ୨୦୦୯ ମସିହାରେ ଶୃତି ତାଙ୍କ ଫିଲ୍ମି କ୍ୟାରିଅର ବଲିଉଡର “ଲକ୍‌” ଚଳଚ୍ଚିତ୍ରରୁ ଆରମ୍ଭ କରିଥିଲେ।

 ଏହା ପରେ ସେ ପ୍ଲାଷ୍ଟିକ୍‌ ସର୍ଜରୀ କରାଇଥିଲେ। ସର୍ଜରୀ ପରେ ସେ ସାଉଥ ଫିଲ୍ମ ଜଗତରେ ପାଦ ଦେଇଥିଲେ।ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା କମଲ ହାସନଙ୍କ ଝିଅ ହେଉଛନ୍ତି ଶୃତି। ଅଭିନୟ ବ୍ୟତୀତ ଶୃତି ଜଣେ ଗାୟୀକା ମଧ୍ୟ।

ଶୃତି ଏବେ ଅନେକ ଲୋକଙ୍କ ଦିଲ୍‌ରେ ରାଜ କରନ୍ତି। ସିନେମା ଜଗତରେ ଏବେ ସେ ଜଣେ ସଫଳ ଅଭିନେତ୍ରୀ।ତେବେ ଶୃତି ନିକଟରେ ତାଙ୍କ ମନ କଥା ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ ସେ କେଉଁ ଅଭିନେତାଙ୍କୁ ପସନ୍ଦ କରନ୍ତି ବୋଲି କହିଛନ୍ତି। ସେହି ଅଭିନେତା ହେଉଛନ୍ତି ବଲିଉଡର ଛେଦି ସିଂହ ଅର୍ଥାତ ସୋନୁ ସୁଦ।

ଶୃତି କହିଛନ୍ତି ଯେ, ସେ ସୋନୁ ସୁଦଙ୍କୁ ବହୁତ ପସନ୍ଦ କରନ୍ତି ଓ ତାଙ୍କୁ ବିବାହ କରିବାକୁ ଚାହାନ୍ତି। ସେ ତାଙ୍କ ସହ କାମ କରିବାକୁ ଭଲ ପାଆନ୍ତି। ସୋନୁ ସୁଦ ଓ ଶୃତି ହାସନ ଏକା ସହ “ରମେୟା ଭସ୍ତାୱୟା” ଫିଲ୍ମରେ କାମ କରିଛନ୍ତି। ଏହି ଚଳଚ୍ଚିତ୍ର ପରେ ସେମାନେ ଅଧିକାଂଶ ସମୟ ଏକା ସହ ବୁଲାବୁଲି କରିବାରେ ସ୍ପଟ ହୋଇଛନ୍ତି।     


   Related Posts