ଟପ୍‌ଲେସ୍‌ ହୋଇ ଫଟୋ ସେୟାର କଲେ ଶ୍ରୁତି ହାସନ୍, ଫ୍ୟାନ୍ସ ପଚାରିଲେ-ପିଠିରେ କାହା ନାମ ଲେଖିଛ ?

Published By : Prameya-News7 Bureau | October 07, 2021 IST

ନୂଆଦିଲ୍ଲୀ ୦୭/୧୦: ଭାରତୀୟ ସିନେମାର ଭେଟେରାନ କଳାକାର କମଲ ହାସନଙ୍କ ଝିଅ ଶ୍ରୁତି ହାସନ ବଲିଉଡରେ ହୁଏତ କିଛି କମାଲ ଦେଖାଇ ପାରିନାହାଁନ୍ତି, କିନ୍ତୁ ଆଜି ଶ୍ରୁତି ଦକ୍ଷିଣ ଫିଲ୍ମରେ ଏକ ବଡ ନାମ। ଅଭିନେତ୍ରୀ ସହ ଶ୍ରୁତି ମଧ୍ୟ ଜଣେ ଗାୟିକା। ଏହା ସହିତ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରାୟତଃ ତାଙ୍କ ଗ୍ଲାମରସ୍ ଫଟୋ ଏବଂ ତାଙ୍କ ଜୀବନ ସହିତ ଜଡିତ ଅପଡେଟ୍ ସେୟାର କରନ୍ତି। ପ୍ରଶଂସକ ମଧ୍ୟ ତାଙ୍କ ଫଟୋ ପାଇଁ ଉତ୍ସାହର ସହିତ ଅପେକ୍ଷା କରନ୍ତି। ବର୍ତ୍ତମାନ ଶ୍ରୁତିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଟପଲେସ୍ ଦେଖାଯାଉଛନ୍ତି।

wp:html
/wp:html

ଏହି ଟପଲେସ୍ ଫଟୋରେ ଶ୍ରୁତିଙ୍କ ପିଠିରେ ଏକ ଟାଟୁ ଦେଖିବାକୁ ମିଳୁଛି, ଏହି ଟାଟୁ ତାମିଲ ଭାଷାରେ ଲେଖାଯାଇଛି। ଏହି ଟାଟୁରେ ଶ୍ରୁତି ଅନ୍ୟ କାହାର ନୁହେଁ ବରଂ ନିଜ ନାମ ଲେଖିଛନ୍ତି। ଫଟୋ ସେୟାର କରି ଶ୍ରୁତି କ୍ୟାପସନରେ ଲେଖିଛନ୍ତି, ମୋ ନାମ କୁହନ୍ତୁ, ଜୋରରେ କୁହନ୍ତୁ।

ଶ୍ରୁତି ବର୍ତ୍ତମାନ ପ୍ରଭାସଙ୍କ ସହ ସାଲାରରେ ନଜର ଆସିବେ। ଏହି ଫିଲ୍ମ ଏପ୍ରିଲ ୧୪, ୨୦୨୨ ରେ ରିଲିଜ୍ କରିବ। ଶ୍ରୁତିଙ୍କ ଶେଷ ହିନ୍ଦୀ ଫିଲ୍ମ ହେଉଛି ଦି ପାଉଡର୍, ଯାହାକି ଚଳିତ ବର୍ଷ Zee5 ରେ ମୁକ୍ତିଲାଭ କରିଥିଲା ​। ଏହି ଫିଲ୍ମରେ ବିଦ୍ୟୁତ ଜାମୱାଲ ତାଙ୍କ ସହ ନଜର ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.