ଭ୍ୟାକେସନ୍ ରେ ଯାଉଥିବା ସେଲିବ୍ରିଟିଙ୍କ ଉପରେ ଭଡକିଲେ ଶୃତି ହାସନ

Published By : Prameya-News7 Bureau | April 21, 2021 IST

ନୂଆଦିଲ୍ଲୀ ୨୧/୦୪: ଆଜିକାଲି ଅନେକ ବଲିଉଡ ସେଲିବ୍ରିଟି ଗୋଟିଏ ପରେ ଗୋଟିଏ ଭ୍ୟାକେସନ୍ ରେ ଯାଉଥିବାର ଦେଖାଯାଉଛି । ଅନେକ ଲୋକ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ଫଟୋ ସେୟାର କରୁଛନ୍ତି । କେତେବେଳେ କେହି ସେଲିବ୍ରେଟର ବିକିନି ଫଟୋ ଭାଇରାଲ ହେଉଛି, ତ ଆଉ କେତେବେଳେ ପୁଲ୍ ରେ ଡ୍ୟାନ୍ସ କରୁଥିବା ଭିଡିଓ ଦେଖିବାକୁ ମିଳିଛି । ନିକଟରେ ଅଭିନେତ୍ରୀ ଶୃତି ହାସନ ମହାମାରୀ ସମୟରେ ଭ୍ୟାକେସନ୍ ରେ ଯାଉଥିବା ସେଲିବ୍ରେଟମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ଏଥି ସହିତ ସେ ସମସ୍ତଙ୍କୁ ବଡ଼ ଉପଦେଶ ମଧ୍ୟ ଦେଇଛନ୍ତି ।

{"width":677,"height":381}

ବଢୁଥିବା କରୋନା ମାମଲାକୁ ନେଇ ଶୃତି ହାସନ ଚିନ୍ତା ପ୍ରକାଶ କରିଛନ୍ତି । ଏଥି ସହିତ ବଲିଉଡର ସେଲିବ୍ରେଟମାନେ ଭ୍ୟାକେସନ୍ ରେ ଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଏକ ଇଣ୍ଟରଭ୍ୟୁରେ  କହିଛନ୍ତି ଯେ ସେ କାହାର ବିଚାର କରିବାକୁ ଚାହାଁନ୍ତି ନାହିଁ କିନ୍ତୁ ସେ ଅନୁଭବ କରୁଛନ୍ତି ଯେ ଦେଶରେ ଏପରି ଦୁଃଖଦ ପରିବେଶ ଥିବାବେଳେ କିଛି ଲୋକ ଭ୍ୟାକେସନ୍ ରେ ଯାଉଛନ୍ତି ।

ସେ ଏହି ଇଣ୍ଟରଭ୍ୟୁରେ କହିଛନ୍ତି- 'ମୁଁ ଖୁସି ଯେ ସେମାନେ ଛୁଟିଦିନ ପାଳନ କରୁଛନ୍ତି, ତାଙ୍କର ଏହି ଅଧିକାର ଅଛି । ମୁଁ ବ୍ୟକ୍ତିଗତ ଭାବେ ଅନୁଭବ କରୁଛି ଯେ ଏହା ଉଚିତ୍ ସମୟ ନୁହେଁ ଯେତେବେଳେ ଆପଣ ବିନା ମାସ୍କରେ ପୁଲ୍ କୁ ଯିବେ । ସମସ୍ତଙ୍କ ପାଇଁ ଏହା ଏକ କଷ୍ଟକର ସମୟ ଏବଂ କିଛି ଲୋକଙ୍କ ପାଇଁ ବହୁତ । ଶୃତି କହିଛନ୍ତି ଯେ ଯେତେବେଳେ ସେ ମହାମାରୀକୁ ନେଇ ଚିନ୍ତିତ ଥିଲେ, ଲୋକମାନେ ତାଙ୍କୁ ପାଗଳ ବୋଲି ଭାବୁଥିଲେ । ସେ କହିଛନ୍ତି 'ଯେତେବେଳେ ଲୋକମାନେ ସାଧାରଣ ଜୀବନକୁ ଫେରୁଥିଲେ, ମୁଁ ଏହା ବିଷୟରେ ସର୍ବଦା ସତର୍କ ଥିଲି ଏବଂ ମୁଁ ଭାବୁ ନାହିଁ ଯେ ଲୋକମାନେ ଏହାକୁ ପସନ୍ଦ କରୁଥିଲେ '।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.