ବଲିଉଡ ଅଭିନେତ୍ରୀଙ୍କ କରୋନା ସନ୍ଦିଗ୍ଧ ସ୍ବାମୀଙ୍କୁ ଚିକିତ୍ସା କରିବାକୁ ମନା କରିଦେଲେ ହସ୍ପିଟାଲ୍ : ଅସହାୟ ହୋଇ ଭିଡିଓ କନଫରେନ୍ସରେ କଲେ ଚିକିତ୍ସା

Published By : Prameya-News7 Bureau | April 15, 2020 IST

ମୁମ୍ବାଇ ୧୫/୪: ସ୍ପେନରେ ନିଜ ସ୍ବାମୀ ଆନ୍ଦ୍ରଇ କୋଶୀବଙ୍କ ସହ ରହୁଥିବା ଅଭିନେତ୍ରୀ ଶ୍ରିୟା ଶରଣ ନିଜ ସହ ଘଟିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସେୟାର କରିଛନ୍ତି। ଶ୍ରିୟା ଶରଣ କହିଛନ୍ତି ଯେ ସେ ତାଙ୍କ ସ୍ବାମୀଙ୍କୁ କଫ ଏବଂ ଜ୍ବର ହେବାରୁ ହସ୍ପିଟାଲକୁ ନେଇ ଯାଇଥିଲେ। କିନ୍ତୁ ହସ୍ପିଟାଲରେ ଉପସ୍ଥିତ ଥିବା ଡାକ୍ତରମାନେ ତାଙ୍କୁ ହସ୍ପିଟାଲରୁ ଚାଲିଯିବାକୁ ଅନୁରୋଧ କରିଥିଲେ।

{"id":254855,"sizeSlug":"large"}

ଆନ୍ଦ୍ରଇ ଏବଂ ଶ୍ରିୟାଙ୍କ ବିବାହ ୨୦୧୮ମସିହାରେ ହୋଇଥିଲା,ସେବେଠୁ ଶ୍ରିୟା ସ୍ପେନରେ ଅଛନ୍ତି। ସ୍ପେନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠୁ ଅଧିକ। ଏଠାରେ ୧ଲକ୍ଷ ୭୨ହଜାର ୫୪୧ଜଣ କରୋନାରେ ସଂକ୍ରମିତ ଏବଂ ଏବେ ସୁଦ୍ଧା କରୋନାରେ ୧୮ହଜାର ୫୬ଲୋକଙ୍କ ମୃତ୍ୟୁ ହୋଇସାରିଛି।

{"id":254856,"sizeSlug":"large"}

ଶ୍ରିୟା କହିଥିଲେ ଯେ ଆନ୍ଦ୍ରଇଙ୍କୁ ଜ୍ବର ଏବଂ ଶୁଖିଲା କଫର ସମସ୍ୟା ଥିଲା। ସେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇ ଯାଇଥିଲେ,କିନ୍ତୁ ସେଠାରେ ଥିବା ଡାକ୍ତରମାନେ ତାଙ୍କୁ ସେଠାରୁ ଚାଲିଯିବାକୁ କହିଥିଲେ। ସେମାନେ ଏଠାରେ ରହିଲେ କରୋନାରେ ସଂକ୍ରମିତ ହୋଇଯିବେ ବୋଲି କହି ଡାକ୍ତର ତାଙ୍କୁ ତୁରନ୍ତ ଚାଲିଯିବାକୁ କହିଥିଲେ। ଡାକ୍ତରମାନେ ତାଙ୍କୁ କ୍ବାରେଣ୍ଟାଇନରେ ରହିବାକୁ କହିଥିଲେ। ଏହା ପରେ ସେମାନେ ଘରକୁ ଫେରିଯିବାକୁ ନିଷ୍ପତ୍ତି ନେଇଥିଲେ।

wp:core-embed/instagram {"url":"https://www.instagram.com/p/B-xJLB1ld18/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B-xJLB1ld18/?utm_source=ig_embed
/wp:core-embed/instagram

ଏହା ପରଠୁ ସେମାନେ ନିଜକୁ ସେଲଫ ଆଇସୋଲେଟ୍ କରିଛନ୍ତି। ଘରେ ହିଁ ଆନ୍ଦ୍ରଇଙ୍କ ଚିକିତ୍ସା ହୋଇଥିଲା। ସେ ଏବଂ ଆନ୍ଦ୍ରଇ ଅଲଗା ରୁମରେ ଶୋଉଥିଲେ ଏବଂ ନିଜ ଭିତରେ ଡିସଟାନ୍ସ ମେଣ୍ଟେନ୍ କରୁଥିଲେ। ଏବେ ଆନ୍ଦ୍ରଇ ସୁସ୍ଥ ଅଛନ୍ତି।

{"id":254857,"sizeSlug":"large"}

ମାର୍ଚ୍ଚ ୧୩ତାରିଖରେ ଶ୍ରିୟାଙ୍କ ବିବାହ ବାର୍ଷିକୀ ଥିଲା। ସେମାନେ ଏକ ରେଷ୍ଟୁରାଣ୍ଟ ବୁକ୍ କରିଥିଲେ କିନ୍ତୁ ରେଷ୍ଟୁରାଣ୍ଟ ବନ୍ଦ ଥିବା ଦେଖି ସେମାନେ ପରିସ୍ଥିତି ବିଷୟରେ ଜାଣି ପାରିଥିଲେ।

{"id":254859,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.