ସୁଧୁରୁଛି କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ ସ୍ୱାସ୍ଥ୍ୟାବସ୍ଥା, ମେଡିକାଲରୁ ଡିସଚାର୍ଜ ହେବା ପାଇଁ ଲାଗିବ ସମୟ

Published By : Prameya-News7 Bureau | January 14, 2021 IST

ପଣଜୀ ୧୪।୦୧ : ସୁଧୁରୁଛି କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଇକଙ୍କ ସ୍ୱାସ୍ଥ୍ୟବସ୍ଥା । ସଡକ ଦୁର୍ଘଟଣାରେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୋଆର ଏକ ମେଡିକାଲରେ ତାଙ୍କ ଚିକିତ୍ସା ଜାରି ରହିଛି । ମେଡିକାଲର ଜଣେ ବରିଷ୍ଠ ଡାକ୍ତର ସ୍ୱାସ୍ଥ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି ।

ତେବେ ମେଡିକାଲର ଜଣେ ଅଧିକାରୀଙ୍କ ମୁତାବକ, କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଇକଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଛି । ତାଙ୍କ ଉପରେ ଚାଲିଥିବା ଚିକିତ୍ସାର ପ୍ରଭାବ ଦେଖିବାକୁ ମିଳିଛି ।   ଦିଲ୍ଲୀ ଏମ୍‌ସ ଏକ ଟିମ୍‌ ଗୋଆ ଆସିଛି । ଲଗାତର ଭାବେ କେନ୍ଦ୍ରୀୟ ରକ୍ଷା ଏବଂ ଆୟୁଷ ରାଜ୍ୟ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଉରରେ ତୀକ୍ଷ୍ନ ନଜର ରଖିଛନ୍ତି । ଆଗାମୀ ୧୦-୧୫ଦିନ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ମେଡିକାଲରେ ରହିବେ । ସୁସ୍ଥ ହେବା ପରେ ମେଡିକାଲରୁ ଡିସଡାର୍ଜ ହେବେ । କେନ୍ଦ୍ରମନ୍ତ୍ରୀଙ୍କୁ ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ୩ରୁ ୪ମାସ ଲାଗିବ ବୋଲି ଡାକ୍ତର ଟିମ୍‌ କହିଛନ୍ତି ।

ସେହିପରି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ ମଧ୍ୟ ବୁଧବାର ଦିନ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଖବର ବୁଝିଥିଲେ । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଥିବା ମଧ୍ୟ କହିଛୁନ୍ତି । ଅନ୍ୟପଟେ ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମେଡିକାଲରେ ଯାଇ କେନ୍ଦ୍ରମନ୍ତ୍ରୀଙ୍କ ସାକ୍ଷାତ କରିଥିଲେ । ସ୍ୱାସ୍ଥ୍ୟବସ୍ଥା ନେଇ ଡାକ୍ତରଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ ।

ଖବର ଅନୁଯାୟୀ, ସୋମବାର ବିଳମ୍ୱିତ କେନ୍ଦ୍ରମନ୍ତୀଙ୍କ ଗାଡି ଦୁର୍ଘଟଣାର ଶିକାର ହୋଇଥିଲେ । ଏଥିରେ ତାଙ୍କ ପତ୍ନୀ ଓ ପିଏ ପ୍ରାଣ ହରାଇଥିବା ବେଳେ ସେ ଗୁରୁତର ହୋଇଥିଲେ ।  ଏହି ଦୁର୍ଘଟଣା କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାର ଅକୋଲାରେ ହୋଇଥିଲା । ଦୁର୍ଘଟଣା ପରେ ତାଙ୍କ ପତ୍ନୀ ଚେତାଶୂନ୍ୟ ହୋଇ ଯାଇଥିଲେ ଓ ଦୀର୍ଘ ସମୟ ଧରି ତାଙ୍କର ଚେତା ଫେରିନଥିଲା । ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ରୀପଦଙ୍କୁ ଏବେ ଗୋଆର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  । ସେଠାରେ କ୍ରମାଗତ ଭାବେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ଙ୍କ ନଜରରେ ରହିଥିଲେ । ଦିଲ୍ଲୀରୁ ଏମ୍‌ସରୁ ଆସିଥିବା ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ମଧ୍ୟ ତାଙ୍କ ଚିକିତ୍ସାରେ ନିୟୋଜିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.