ସୁହାଇବ ଲକ୍ ଡାଉନ୍ : ଲାଭରେ ରହିବେ ଚିଙ୍ଗୁଡି ଚାଷୀ

Published By : Prameya-News7 Bureau | April 17, 2020 IST

ଭଦ୍ରକ ୧୭।୪: କରୋନା ମହାମାରୀର ମୁକାବିଲା ପାଇଁ ଏବେ ସାରାଦେଶ ଲକ୍ ଡାଉନ୍ କରାଯାଇଛି । ଦୀର୍ଘଦିନର ଏହି ଲକ୍ ଡାଉନରେ ବିଭିନ୍ନ ସମାସ୍ୟା ଦେଖିବାକୁ ମିଳୁଛି । ସରକାର ମଧ୍ୟ ରାଜ୍ୟବାସୀଙ୍କ ହିତ ଦୃଷ୍ଟିରୁ ଭିନ୍ନ ଭିନ୍ନ ଆଇନ ପ୍ରଣୟନ କରୁଥିବା ବେଳେ ଅନେକ ଦିଗପ୍ରତି କୋହଳ ମନୋଭାବ ପୋଷଣ କରିଛନ୍ତି । ସରକାରଙ୍କ ଏହି କୋହଳ ମନୋବୃତ୍ତି ଏବେ ମତ୍ସ୍ୟଚାଷୀମାନଙ୍କ ମଧ୍ୟରେ ଆଶା ସଂଚାର କରିଛି ।

{"id":255462,"sizeSlug":"large"}

ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀ କ୍ଷେତ୍ରରେ ବିଗତ ବର୍ଷରେ ହଜାର ହଜାର କୋଟି ଟଙ୍କାର ରାଜସ୍ବ ଆଦାୟ କରାଯାଇଛି । ଭଦ୍ରକ ଜିଲ୍ଲାର ମାଛ ଓ ଚିଙ୍ଗୁଡି ଚାଷୀ ଗତବର୍ଷରେ ୧୦୦୦ କୋଟି ଟଙ୍କାର ରପ୍ତାନୀ କରିଛନ୍ତି । ଜିଲ୍ଲାରେ ପାଖାପାଖି ୬ହଜାର ଚିଙ୍ଗୁଡି ଚାଷୀ ଥିବା ବେଳେ ଅନ୍ୟ ମାଛର ବଜାର ଚାହିଦାକୁ ନେଇ ଅଧିକାଂଶ ମଧ୍ୟ ଅନ୍ୟମାଛ ଚାଷ କରିଛନ୍ତି ।

{"id":255463,"sizeSlug":"large"}

ଏହି ଚାଷରେ ମଧ୍ୟ ସରକାରଙ୍କ ମହିଳା ଶସକ୍ତିକରଣ ଯୋଜନାରେ ୧୫୦ ସ୍ବୟଂ ସହାୟିକା ଗୋଷ୍ଠୀକୁ ଏହି ଚାଷରେ ଅନ୍ତର୍ଭୁକ୍ତ କରାଯାଇଛି । ତେବେ ଲକ୍ ଡାଉନରେ ମତ୍ସ୍ୟଚାଷୀ ପ୍ରଭାବିତ ନୁହେଁ ବୋଲି ଜିଲ୍ଲା ମତ୍ସ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.