ସରଜୁ ନଦୀ କୂଳରେ ସ୍ଥାପନ କରାଯିବ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ବିଶ୍ବର ସବୁଠୁ ଉଚ୍ଚ ଏବଂ ଭବ୍ୟ ମୂର୍ତ୍ତି : ଉଚ୍ଚତା ହେବ ୨୫୧ମିଟର

Published By : Prameya-News7 Bureau | July 23, 2019 IST

ଲକ୍ଷ୍ନୈା ୨୩/୭: ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ସବୁଠୁ ଉଚ୍ଚ ମୂର୍ତ୍ତି ନିର୍ମିତ ହେବ। ମୂର୍ତ୍ତିର ଉଚ୍ଚତା ୨୦୦ରୁ ୨୫୧ମିଟର ହୋଇପାରେ। ଅଯୋଧ୍ୟାର ସରଜୁ ନଦୀ କୂଳରେ ୧୦୦ହେକ୍ଟର ଭୂମିରେ ବିଶ୍ବର ସବୁଠୁ ଉଚ୍ଚ ମୂର୍ତ୍ତି ସ୍ଥାପନ କରାଯିବ। ଏହା ବିଷୟରେ ଗତକାଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧକ୍ଷତାରେ ହାଇ ପାଓ୍ବାର କମିଟିରେ ବୈଠକ ହୋଇଥିଲା। ଏଥିରେ ଉପ ମୁଖ୍ୟମନ୍ତ୍ରୀ ଡଃ ଦିନେଶ ଶର୍ମା,କେଶବ ପ୍ରସାଦ ମୈାର୍ଯ୍ୟ,କ୍ୟାବିନେଟ ମନ୍ତ୍ରୀ ସୁରେଶ ଖାନ୍ନା,ସତୀଶ ମହାନା,ମୁଖ୍ୟ ସଚିବ ଅନୁପଚନ୍ଦ୍ର ପାଣ୍ଡେୟ,ଅବନୀଶ ଅବସ୍ଥି ସହ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ସରଜୁ ନଦୀ କୂଳରେ ୧୦୦ହେକ୍ଟର ଭୂମିରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ମୂର୍ତ୍ତି ସହ ଅଯୋଧ୍ୟାର ସମଗ୍ର ବିକାଶ ପାଇଁ ପୂରା ଯୋଜନା ପ୍ରସ୍ତୁତ ହେବା ଉଚିତ୍। ଏଥିରେ ଭଗବାନ ଶ୍ରୀରାମଙ୍କ ଉପ​ରେ ଆଧାରିତ ଡିଜିଟାଲ ମ୍ୟୁଜିୟମ୍,ଇଣ୍ଟରପ୍ରେଟେସନ ସେଣ୍ଟର,ଲାଇବ୍ରେରୀ,ପାର୍କିଙ୍ଗ,ଫୁଡ ପ୍ଲାଜା,ଲ୍ୟାଣ୍ଡସ୍କେପିଙ୍ଗ ସହ ପର୍ଯ୍ୟଟକଙ୍କ ସବୁ ପ୍ରକାରର ସୁବିଧାର ବ୍ୟବସ୍ଥା ହେବ।

ହାଇ ପାଓ୍ବାର କମିଟି ବୈଠକରେ ଏହା ସ୍ଥିର ହୋଇଥିଲା ଯେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଟ୍ରଷ୍ଟ ଗଠନ କରାଯିବ। ଏଥିରେ ଟ୍ରଷ୍ଟର ନାଁ ଏବଂ ତାଙ୍କର ଟ୍ରଷ୍ଟି ମଧ୍ୟ ସ୍ଥିର କରାଯିବ।

ବିଶ୍ବର ସବୁଠୁ ଉଚ୍ଚ ପ୍ରତିମା ସ୍ଥାପନ କରିବା ପାଇଁ ଗୁଜୁରାଟ ସରକାରଙ୍କ ମାର୍ଗଦର୍ଶନ ପାଇଁ ଏମଓୟୁ ସାଇନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.