ରାମ ଜନ୍ମଭୂମି ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ କରୋନା ପଜିଟିଭ୍

Published By : Prameya-News7 Bureau | August 13, 2020 IST

ଲକ୍ଷ୍ନୌ ୧୩/୮: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ କରୋନାରେ ସଂକ୍ରମିତ ହୋଇଛନ୍ତି। ନୃତ୍ୟ ଗୋପାଳ ଦାସଙ୍କୁ ନିଃଶ୍ବାସ ନେବାରେ ଅସୁବିଧା ହେଉଥିଲା। ଏହା ପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ତାଙ୍କୁ ଅକ୍ସିଜେନ୍ ଲଗାଯାଇଥିଲା। ନୃତ୍ୟ ଗୋପାଳ ଦାସ ଏବେ ମଥୁରାରେ ଅଛନ୍ତି। ଆଗ୍ରାର ସିଏମଓ ଏବଂ ସମସ୍ତ ଡାକ୍ତର ନୃତ୍ୟ ଗୋପାଳ ଦାସଙ୍କ ଚିକିତ୍ସା ପାଇଁ ପହଞ୍ଚିଛନ୍ତି।

 ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହନ୍ତ ନୃତ୍ୟ ଗୋପାଳ ଦାସ,ତାଙ୍କ ସମର୍ଥକ ଏବଂ ମଥୁରାର ଜିଲ୍ଲାଧିକାରୀଙ୍କ ସହ କଥା ହୋଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ମେଦାନ୍ତା ହସ୍ପିଟାଲର ଡାକ୍ତର ନରେଶ ତ୍ରେହାନଙ୍କ ସହ କଥା ହୋଇଛନ୍ତି ଏବଂ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ଜରୁରୀ ମେଡିକାଲ୍ ସୁବିଧା ଉପଲବ୍ଧ କରାଇବାକୁ ନିର୍ଦେଶ ଦେଇଛନ୍ତି।

ନୃତ୍ୟ ଗୋପାଳ ଦାସ ସବୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ମଥୁରା ଆସିଥାନ୍ତି। ମଥୁରା ଯାତ୍ରା ସମୟରେ ଆଜି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ନିଃଶ୍ବାସ ନେବାରେ ଅସୁବିଧା ହେଉଥିଲା। ଏହାପରେ ତାଙ୍କ କରୋନା ଟେଷ୍ଟ କରାଯାଇଥିଲା। ଫଳରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣା ପଡ଼ିଥିଲା।

କିଛି ଦିନ ତଳେ ଅଯୋଧ୍ୟାରେ ରାମଲଲାର ୨ଜଣ ପୂଜାରୀ କରୋନା ସଂକ୍ରମିତ ହୋଇଥିଲେ। ଏହା ବ୍ୟତୀତ କେତେକ ପୋଲିସ୍ କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.