Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଶ୍ରୀ ଜଗନ୍ନାଥଙ୍କ ନାମରେ ଅଛି ଏତିକି ହଜାର ଏକର ଜମି

25/02/2020 at 10:29 PM

ଭୁବନେଶ୍ୱର ୨୫।୦୨-  ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାଁରେ  ଅଛି ୬୦ ହଜାର ୪୨୬ ଏକର ଜମି। ଓଡ଼ିଶା ବାହାରେ ୬ଟି ରାଜ୍ୟରେ ରହିଛି ୩୯୫ ଏକର ଜମି। ହେଲେ ମହାପ୍ରଭୁଙ୍କ ୧୫୫ ଏକର ଜମି ଏବେ ଜବର ଦଖଲରେ ରହିଛି। ସେହିପରି ୨୫ ହଜାର ୬୨୩ ଏକର ଜମି ଏବେ ଜଗନ୍ନାଥଙ୍କ ମାଲିକାନାକୁ ଆସି ପାରିନି। ମହାପ୍ରଭୁଙ୍କ ଜମି ହିସାବକୁ ନେଇ ବିଧାନସଭାରେ ଏମିତି ତଥ୍ୟ ରଖିଛନ୍ତି ସରକାର। …

୭୭ ହଜାର ୩ଶହ ୫୬ଟି ପ୍ଲଟ୍‌। ୬୦ ହଜାର ୪୨୬ ଏକର ଜମିର ମାଲିକ। ଓଡ଼ିଶା ବାହାରେ ୬ଟି ରାଜ୍ୟରେ ରହିଛି ୩୫୫ ଏକର ଜମି। ହେଲେ ଏବେବି ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୨୫ ହଜାର ୬୨୩ ଏକର ୯୩୦ ଡିସିମିଲ ଜମି ମହାପ୍ରଭୁଙ୍କ ମାଲିକାନାକୁ ଆସି ପାରୁନି। ୧୫୫ ଏକର ଜମି ଅନ୍ୟ ମାନେ ମାଡ଼ି ବସିଛନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ଥିବା ଜମି ହିସାବର ଏମିତି ତଥ୍ୟ ବିଧାନସଭାରେ ରଖିଛନ୍ତି ଆଇନ ମନ୍ତ୍ରୀ। ବିଧାୟକ ରମେଶ ସାଏଙ୍କ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ମୋଟ୍‌ ୭୭ ହଜାର ୩୬୫ଟି ପ୍ଲଟ୍‌ ରହିଛି। ମୋଟ ଜମି ୬୦ ହଜାର ୪୨୪ ଏକର ୯୪୩ ଡିସିମିଲି ଚିହ୍ନଟ କରାଯାଇଛି। ଓଡ଼ିଶା ବାହାରେ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର ଓ ଛତିଶଗଡ଼କୁ ମିଶାଇ ୬ ଟି ରାଜ୍ୟରେ ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ରହିଛି ମୋଟ୍‌ ୩୯୫ ଦଶମିକ ୨୫୨ ଏକର ଜମି।

ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ଥିବା ୨୫ ହଜାର ୬୨୩ ଏକର ଜମି ଏବେବି ତାଙ୍କ ମାଲିକାନକୁ ଆସି ପାରିନି। ସେହିପରି ଜଗନ୍ନାଥଙ୍କ ମୋଟ ବ୍ୟାଙ୍କ ବାଲାନ୍ସ ହେଉଛି ୬ ଶହ ୨୬ କୋଟି ୪୪ ଲକ୍ଷ ୭୮ ହଜାର ୪୪୪ ଟଙ୍କା । ତେବେ ଘରୋଇ ବ୍ୟାଙ୍କରେ ଏହି ଟଙ୍କା ଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।…

ମହାପ୍ରଭୁଙ୍କ ଜମି ଜବର ଦଖଲ ମୁକ୍ତ କରିବାକୁ ରାଜ୍ୟ ସରକାର ୮୬୪ ଟି ମାମଲା ରୁଜୁ କରିଛନ୍ତି । ଏହା ସମାଧାନ ହେଲେ ଜଗନ୍ନାଥଙ୍କ ନାଁକୁ ୧୫୧ ଦଶମିକ ୪୬୫ ଏକର ଜମି ଆସି ପାରିବ। ତେବେ ଘରୋଇ ବ୍ୟାଙ୍କରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅର୍ଥ ରଖାଯିବା ନେଇ ବିରୋଧୀଙ୍କ ଆରୋପର ଜବାବ ରଖିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା।…

ଅଚଳାଚଳ ସଂପତ୍ତିର ଅଧିକାରୀ ଶ୍ରୀଜଗନ୍ନାଥ ମହାପ୍ରଭୁ। ହେଲେ ସେ ସବୁକୁ ଜବର ଦଖଲ ମୁକ୍ତ କରି ତାହା ଫେରାଇ ଆଣିବାକୁ ପ୍ରଶାସନ ପଦକ୍ଷେପ ନେବା ଦରକାର। …

   Related Posts