Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ଶ୍ରୀଜଗନ୍ନାଥ ପାଲା ଗବେଷଣା ପ୍ରତିଷ୍ଠାନ ଅନୁଷ୍ଠିତ କରିଥିଲା ପାଲା ମହୋତ୍ସବ

1/08/2018 at 4:35 PM

ଶ୍ରୀଜଗନ୍ନାଥ ପାଲା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଭୁବନେଶ୍ବର ଭଞ୍ଜ କଳାମଣ୍ଡପରେ ଦୁଇ ଦିନିଆ ପାଲା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ୮ ଜଣ ପ୍ରତିଷ୍ଠିତ ଗାୟକ ପାଲା ପରିବେଷଣ କରିଥିଲେ । ପାଲା ସଂସ୍କୃତିକୁ ବଞ୍ଚାଇ ରଖିବା ସହ ଏହାର ପ୍ରଚାର ପ୍ରସାର ଏହାର ମୂଳ ଉଦେଶ୍ୟ । ଭଂଜକଳା ମଣ୍ଡପରେ ଶେଷ ହୋଇଛି ଦୁଇ ଦିନିଆ ପାଲା ମହୋତ୍ସବ । …ଶ୍ରୀଜଗନ୍ନାଥ ପାଲା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଅନୁଷ୍ଠିତ ଏହି ମହୋତ୍ସବରେ ରାଜ୍ୟର ଅନେକ ସୁନାମଧନ୍ୟ ଗାୟକ ସାମିଲ ହୋଇଥିଲେ । ପ୍ରଥମ ଦିନ ପାଲା ପରିବେଷଣ କରିଥିଲେ ଗାୟକ ହରିବଲ୍ଳଭ ଦାଶ, ପର୍ଶୁରାମ ପଣ୍ଡା, ମଳୟ ସଂଚାର ସିଂହ ଏବଂ ବୈରାଗୀ ବେହେରା । ଦ୍ବିତୀୟ ଦିନ ପାଲା ପରିବେଷଣ କରିଥିଲେ ଗାୟକ ଅଲେଖ ଦାଶ, ଯୁଦ୍ଧିଷ୍ଠିର ପରିଜା, ଦତ୍ତକୃଷ୍ଣ ପଣ୍ଡା ଏବଂ ଲକ୍ଷ୍ମୀଧର ଦାଶ ।

   Related Posts